Below header

ଶିମିଳିପାଳ ଅଭୟାରଣ୍ୟରୁ ବନ୍ଦ ହେବ ବେଆଇନ୍ ପଥର ଖାଦାନ, ୧୪୪ ଧାରା ଜାରି କରିଛି ପ୍ରଶାସନ

ମୟୁରଭଞ୍ଜ (କେନ୍ୟୁଜ୍) : ଶିମିଳିପାଳ ଅଭୟାରଣ୍ୟରୁ ବନ୍ଦ ହେବ ବେଆଇନ୍ ପଥର ଖାଦାନ । ସମସ୍ତ ପଥର ଖାଦାନରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ଜଙ୍ଗଲର ୧୦ କିଲୋମିଟର ଭିତରେ ଖାଦାନ ବନ୍ଦ କରାଯିବ । ବେଆଇନ୍ ଖାଦାନମାନଙ୍କରେ ନାଲି ପତାକା ଲଗାଇବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଅବଗତ ମଧ୍ୟ କରିଛି ପ୍ରଶାସନ । ଶାମାଖୁଣ୍ଟା ବ୍ଲକର ବେସରପାଣି ଓ ନମଣ ସାହିରେ ଥିବା ପଥର ଖାଦାନରେ ୧୪୪ ଧାରା ଜାରି କରାଯାଇଛି । ସେସବୁ ସ୍ଥାନରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଶିମିଳିପାଳରେ ପାହାଡଗୁଡ଼ିକୁ ବ୍ଲାଷ୍ଟିଂ କରି ବେଆଇନ ଭାବରେ ପଥର ଚାଲାଣ କରୁଥିଲେ ମାଫିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.