ଆସନ୍ତା ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ, ଏଠାରେ ଦେଖନ୍ତୁ ଛୁଟିର ସମ୍ପୂର୍ଣ୍ଣ ତାଲିକା

ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫେଷ୍ଟିଭ ସିଜିନରେ ଆପଣଙ୍କୁ ଏଥର ସ୍ୱତନ୍ତ୍ର ପ୍ରସ୍ତୁତି କରିବାକୁ ପଡିବ ନହେଲେ ଆପଣଙ୍କ ପର୍ବର ମଜା ମଧ୍ୟ ଖରାପ ହୋଇପାରେ । ସୂଚନା ଅନୁଯାୟୀ ଅକ୍ଟୋବର ମାସରେ ବ୍ୟାଙ୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ। କାରଣ ଆସନ୍ତା ମାସରେ ଦଶହରା ଓ ଦୀପାବଳି ପରି ବଡ ବଡ ପର୍ବ ଆସୁଥିବା କାରଣରୁ ଅକ୍ଟୋବରରେ ୧୧ ଦିନ ପର୍ଯ୍ୟନ୍ତ ବ୍ୟାଙ୍କର କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ସେଥିପାଇଁ ଆପଣଙ୍କୁ ନିଜ ବ୍ୟାଙ୍କ ସହ ଜଡିତ ସମସ୍ତ କାମ ଛୁଟି ହିସାବରେ ହିଁ କରିବାକୁ ପଡିବ । ତାହେଲେ ଆସନ୍ତୁ ଜାଣିବା ଅକ୍ଟୋବର ମାସରେ କେଉଁ କେଉଁ ତାରିଖ ବ୍ୟାଙ୍କ ବନ୍ଦ ରହିବ ।

ଆସନ୍ତା ମାସରେ ଛୁଟିର ଆରମ୍ଭ ଅକ୍ଟୋବର ୨ ବା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ । ଏହାପରେ ୬,୭ ଓ ୮ ତାରିଖ ଲଗାତାର ୩ଦିନ ବ୍ୟାଙ୍କ ବନ୍ଦ ରହିବ । ୬ ତାରିଖ ରବିବାର , ୭ ତାରିଖ ନବମୀ ଓ ୮ ତାରିଖ ଦଶମୀ କାରଣରୁ ବ୍ୟାଙ୍କର ସମସ୍ତ କାର୍ଯ୍ୟ ବନ୍ଦ ରହିବ । ଏହାପରେ ମାସର ଦ୍ଵିତୀୟ ଶନିବାର ଅକ୍ଟୋବର ୧୨ ତାରିଖ ବ୍ୟାଙ୍କ ବନ୍ଦ ରହିବ ଓ ୧୩ ତାରିଖ ରବିବାର କାରଣରୁ ଛୁଟି ରହିବ ।

ସେହିପରି ମାସର ଶେଷରେ ମଧ୍ୟ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ୨୦ ଅକ୍ଟୋବର ରବିବାର ଛୁଟି ତାପରେ ୨୬ ଅକ୍ଟୋବରରେ ଚତୁର୍ଥ ଶନିବାର ଓ ୨୭ ତାରିଖ ଦୀପାବଳି । ଏହାସହିତ ୨୮ ଓ ୨୯ ତାରିଖ ଗୋବର୍ଦ୍ଧନ ପୂଜା ଓ ଭାଇଦୂଜ ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ଆପଣମାନେ RBIର ୱେବସାଇଟରେ ମଧ୍ୟ ଛୁଟି ଗୁଡିକର ଲିଷ୍ଟ ଦେଖିପାରିବେ । ଏହାସହିତ କହିରଖୁଛୁ ଯେ ପ୍ରତି ରାଜ୍ୟରେ ବ୍ୟାଙ୍କ ଗୁଡିକର ଛୁଟି ଭିନ୍ନ ଭିନ୍ନ ତାରିଖରେ ପଡିଥାଏ ।