ରଣବୀର କାପୁରଙ୍କ ଜନ୍ମଦିନରେ ସାମିଲ ହୋଇ ଟ୍ରଲ ହେଲେ ଦୀପିକା
ରଣବୀର କପୁର ମୁମ୍ବାଇର ବାନ୍ଦ୍ରା ଠାରେ ଥିବା ନିଜ ବାସ ଭାବନାରେ ନିଜ ଜନ୍ମ ଦିନ ଅବସରରେ ଏକ ଭବ୍ୟ ପାର୍ଟି ରଖିଥିଲେ । ଏହାକୁ ତାଙ୍କ ମା ନିତୁ କପୁର ଓ ଏବେକାର ଗାର୍ଲ ଫ୍ରେନ୍ଡ ଆଲିଆ ଭଟ ଆୟୋଜନ କରିଥିବା କଥା ଶୁଣା ହେଉଛି । ଏଥିରେ ବଲିଉଡର ବହୁ ବଡ ବଡ ଅଭିନେତା ଓ ଅଭିନେତ୍ରୀ ମାନେ ସାମିଲ ହୋଇଥିଲେ । ଶାହରୁଖ ଖାନ ଠୁ ଆରମ୍ଭ କରି ଅମୀର ଖାନ ପର୍ଯ୍ୟନ୍ତ ଏହି ଭବ୍ୟ ଆୟୋଜନରେ ଅଂଶ ଗ୍ରହଣ କରିଥିଲେ । ଏହି ପାର୍ଟି ରେ ରଣବୀରଙ୍କ ଏକ୍ସ ଗାର୍ଲ ଫ୍ରେନ୍ଡ ଦୀପିକା ବି ଯାଇଥିଲେ । କିନ୍ତୁ ଏବେ ବିଭିନ୍ନ ସୋସିଆଲ ମିଡ଼ିଆ ସାଇଟରେ ତାଙ୍କୁ ଟ୍ରଲ କରାଯାଉଛି ।
ପ୍ରକୃତରେ ଟ୍ରଲ କରିବାର କାରଣ ହେଉଛି ଦୀପିକା ନିଜ କାରରେ ବସି ମିଡ଼ିଆର କ୍ୟାମେରା ମାନଙ୍କୁ ଦେଖି ନିଜ ମୁହଁ ଲୁଚାଉଥିଲେ । ଅବଶ୍ୟ ଏହି ସମୟରେ ଦୀପିକା ଖୁବ ସୁନ୍ଦର ଦେଖା ଯାଉଥିଲେ । ଦୀପିକାଙ୍କର ଏହି ବ୍ୟବହାରକୁ ହିଁ ସୋସିଆଲ ମିଡ଼ିଆରେ ତାଙ୍କୁ ଟ୍ରଲ କରାହେଉଛି । କେହି କେହି ଏହାକୁ ଦୀପିକାଙ୍କର ‘ନୋସଡି ଲୁକ’ କହୁଥିବା ବେଳେ କେହି କେହି ତାଙ୍କୁ ‘ଫୁଲ ସରାବି’ ବୋଲି କହିଛନ୍ତି । ରଣବୀରଙ୍କ ଏହି ପାର୍ଟିରେ ଦୀପିକା ସବୁଠୁ ଆଗରେ ପହଂଚିଥିଲେ । ଏହି ଅବସରରେ ଦୀପିକା କଲା ରଙ୍ଗର ଏକ ଡ୍ରେସ ମଧ୍ୟ ପିନ୍ଧିଥିଲେ । କିନ୍ତୁ ରଣବୀର ନିଜେ ଖୁବ ଡେରିରେ ପହଂଚି ଥିଲେ । ରଣବୀରଙ୍କ ଘର ବାହାରେ ହିଁ ଦୀପିକାଙ୍କୁ ତାଙ୍କ କାର ମଧ୍ୟରେ ବସିଥିବା ବେଳେ ଠାବ କରାଯାଇଥିଲା । ତାଙ୍କ ସହ ତାଙ୍କ ସ୍ୱାମୀ ଅଭିନେତା ରଣବୀର ସିଂହ ମଧ୍ୟ ଆସିଥିଲେ । ସବୁଥର ପରି ଏଥର ମଧ୍ୟ ରଣବୀର ସିଂହ ଏକ ଅଲଗା ଅନ୍ଦାଜରେ ଆସିଥିଲେ ।
ଏହା ସହ ପଢନ୍ତୁ:
ଉଦିତ୍ ନାରାୟଣଙ୍କ ସହ ଗୀତ ଗାଇଲେ ରାନୁ ମଣ୍ଡଳ, ଭାଇରାଲ ହେଉଛି ନୂଆ ଭିଡିଓ