ପୁରୀ: ଶ୍ରୀମନ୍ଦିର ପରେ ସମୁଦ୍ର କୂଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ

ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ବେଆଇନ ନିର୍ମାଣ ଭଙ୍ଗାଯିବା ପରେ ସମୁଦ୍ର କୂଳରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଆଜି ବଳିଆପଣ୍ଡାସ୍ଥିତ ଯାତ୍ରିକା ପରିସରରେ ୫ଟି ଜେସିବି ମେସିନ୍‌ ଲଗାଯାଇ ଜବରଦଖଲ ଉଚ୍ଛେଦ କରାଯାଇଛି। ଯାତ୍ରିକା ଜମିକୁ ନେଇ ପୂର୍ବରୁ ବିବାଦ ଥିଲା। ଲିଜ୍‌ ସୂତ୍ରରେ ଦିଆଯାଇଥିବା ଯାତ୍ରିକାର ଲିଜ୍‌ ଅବଧି ପୂରଣ ହେବା ପରେ ମଧ୍ୟ ଲିଜ୍‌ଧାରୀ ଜାଗା ଛାଡିନଥିଲେ। ଲିଜ୍‌ ଅବଧୀ ପୂରଣ ହୋଇ ଆଇନଗତ ପ୍ରକ୍ରିୟା ସରିବା ପରେ ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲୁ ରହିଛି। ଅବଢ଼ା ଯୋଜନାରେ ଯାତ୍ରିକାରେ ବହୁ ତଳ ବିଶିଷ୍ଟ ପାର୍କିଂ ଓ ଦୋକାନ ଘର ନିର୍ମାଣ କରାଯିବ।