Below header

ହୀରା ଖୋଜିବାରେ ମହିଳାଙ୍କୁ ସାହାଯ୍ୟ କଲା ୟୁଟ୍ୟୁବ,ଜାଣନ୍ତୁ ପୁରା ଘଟଣା

ବେଳେବେଳେ ଆପଣ ରାସ୍ତାରେ ଯାଉଥିବା ସମୟରେ ଯଦି କିଛି ଟଙ୍କା ପଡିଥିବାର ଦେଖନ୍ତି, ତାହେଲେ ଆପଣ ବହୁତ ଖୁସି ହୋଇଯାଇଥିବେ ନିଶ୍ଚୟ ତାସହିତ ଆପଣ ନିଜକୁ ବହୁତ ଭାଗ୍ୟଶାଳୀ ବୋଲି ମଧ୍ୟ ମାନି ନେଇଥିବେ । କିନ୍ତୁ ଭାବନ୍ତୁ ତ ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ ଏକ ହୀରା ମିଳିଯାଏ ତାହେଲେ ? ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏହା କଣ ସମ୍ଭବ ଏଭଳି କେବେ ହୁଏନାହିଁ । କଣ ଆପଣ କେବେ ଦେଖିଛନ୍ତି କି କୌଣସି ମହିଳାଙ୍କୁ ବାଟରେ ଯାଉ ଯାଉ ଏକ ହୀରା ମିଳିଯାଇଛି ଆଉ ତାହା ପୁଣି ହ୍ୱାଇଟ ଡାଇମଣ୍ଡ ନୁହେଁ ୟେଲୋ ଡାଇମଣ୍ଡ । ବୋଧହୁଏ ଆପଣ ଏପରି କେବେବି ଶୁଣି ନଥିବେ । କିନ୍ତୁ ଜଣେ ମହିଳାଙ୍କୁ ଏହା ସତରେ ମିଳିଯାଇଛି ଏବଂ ତାହା ପୁଣି ୩.୭୨ କ୍ୟାରେଟର ୟେଲୋ ଡାଇମଣ୍ଡ ।

na2.jpg

ଆମେରିକା ଟେକ୍ସାସର ଅରଙ୍କସାସରେ କ୍ରେଟର ଅଫ ଡାଇମଣ୍ଡସର ଷ୍ଟେଟ ପାର୍କ ଅବସ୍ଥିତ । ପାର୍କର ୱେବସାଇଟ ଅନୁଯାୟୀ କ୍ରେଟର ଅଫ ଡାଇମଣ୍ଡସ ଷ୍ଟେଟ ପାର୍କ ଏପରି ଏକ ସ୍ଥାନ ଅଟେ ଯେଉଁଠୁ ଲୋକମାନେ ଅସଲି ହୀରା ପାଇପାରିବେ ଏବଂ ଯଦି ଏହା ଆପଣଙ୍କୁ ମିଳିଯାଉଛି ତାହେଲେ ଆପଣ ଏହି ହୀରାକୁ ନେଇଯାଇପାରିବେ। ଏପରି ସ୍ଥଳେ ୨୭ ବର୍ଷୀୟା ମିରାଣ୍ଡା ହଲିଂସେଡ ଭାଗ୍ୟଶାଳୀ ବାହାରିଲେ ଯିଏକି ନିଜ ପରିବାର ସହିତ ଏକ ସାଧାରଣ ଦିନ ସେହି ପାର୍କକୁ ବୁଲିବାକୁ ଯାଇଥିବା ବେଳେ ୪ କ୍ୟାରେଟ ଓଜନର ଏକ ହୀରା ପାଇଛନ୍ତି ।

 

na1.jpg

ସୂଚନା ଅନୁଯାୟୀ ଏହି ମହିଳା ଜଣକ ପ୍ରଥମ ଥର ପାଇଁ ଏହି ପାର୍କ ଆସିଥିଲେ । ମହିଳାଙ୍କ କହିବା ଅନୁଯାୟୀ ସେ ଏକ ଛାଇରେ ବସି ହୀରା ଖୋଜିବା ବିଷୟରେ ୟୁଟ୍ୟୁବ ଭିଡିଓ ଦେଖୁଥିଲେ ଏବଂ ଏହି ଭିଡିଓ ସାହାଯ୍ୟରେ ସେ ହୀରାକୁ ଖୋଜି ବାହାର କରିଥିଲେ । ପାର୍କର କର୍ମଚାରୀମାନେ ଏହି ୩.୭୨ କ୍ୟାରେଟ ହୀରାକୁ ୟେଲୋ ଡାଇମଣ୍ଡ ରୂପରେ ପଂଜିକୃତ କରିଛନ୍ତି । ମହିଳା ଜଣକ କହିଛନ୍ତି କି ସେ ତାଙ୍କ ପିଲାକୁ ଦେଖୁଥିଲେ ଏବଂ ହଠାତ ତଳକୁ ଅନାଇ ଦେଖନ୍ତି ତ ସେଠାରେ ଏହି ହୀରା ପଡିଥିଲା । ସେ ନିଶ୍ଚିତ ହେବା ପାଇଁ ତା ଉପରେ ନିଜ ହାତକୁ ହଲାଇଲେ ଏବଂ ତାପରେ ଦେଖିଲେ ଯେ ଏହା ପ୍ରକୃତରେ ଏକ ହୀରା ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.