Below header

ବାବାଙ୍କ ମଠ ଭାଙ୍ଗିଲେ ଲୋକେ

କଟକ : କଟକ ଜିଲ୍ଲା ନିଆଳି ଥାନା ବିଳାଶୁଣି ପଞ୍ଚାୟତର ଦହିଜଙ୍ଗା ଗାଁ । ଏଠି ଜଣେ ବାବାଙ୍କ ପତିଆରାକୁ ରୋକିଛନ୍ତି ଗାଁ ଲୋକେ । ବାବା ସଲିଲ ସ୍ୱାଇଁ ବେଆଇନ୍‌ ଭାବେ ଏକ ସରକାରୀ ଜମି ଦଖଲ କରି ତା ଉପରେ ମଠ ନିର୍ମାଣ କରିଥିଲେ । ତାହା ପୁଣି ବିଲକୁ ଯିବା ପାଇଁ ରାସ୍ତା ଉପରେ । ବାରମ୍ବାର କହିବା ପରେ ବି ବାବା ଶୁଣି ନଥିଲେ । ଶେଷରେ ଗାଁ ଲୋକେ ମେଳି କରି ବାବାଙ୍କ ମଠ ଭାଙ୍ଗି ଦେଇଛନ୍ତି । ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ବାବା ଜଣକ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.