ସୋସିଆଲ ମିଡିଆରେ ଫଟୋ ଛାଡ଼ି ସମାଲୋଚନାର ଶିକାର ହେଲେ ଶିଖର

ପୂଜା କରୋୟା ହବନ, ବସ୍‌ ରନ୍‌ ବନାଓ ଶିଖର ଧବନ୍‌

ଚଳିତ ଇଂଲଣ୍ଡ ଗସ୍ତ ବେଳେ ଭାରତୀୟ ଓପନର ଶିଖର ଧବନ ସୋସିଆଲ ମିଡିଆରେ ଫଟୋ ଛାଡ଼ିଛନ୍ତି । ହେଲେ ଏହି ଫେଟାକୁ ନେଇ ତାଙ୍କୁ ଫ୍ୟାନ୍‌ମାନଙ୍କଠାରୁ ଭର୍ତ୍ସନାର ଶିକାର ହେବାକୁ ପଡ଼ିଛି । ଏସେକ୍ସ ସହ ଅଭ୍ୟାସ ମ୍ୟାଚ୍‌ ବେଳେ ଚେମସଫୋର୍ଡ଼ ଠାରେ ଧବନ୍‌ ଅଧିନାୟକ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ସହ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଛାଡ଼ିଛନ୍ତି । ଲେଖିଛନ୍ତି ‘କୈସେ ନାହୋ ଗୁଜାରା ଜବ୍‌ ସାଥ୍‌ ହୋ କୋହଲି ଔର ପୂଜାରା’ । ତେବେ ଏବେ ଫର୍ମରେ ନଥିବା ଧବନଙ୍କର ଏହି ଫଟୋ ଓ ଲେଖାକୁ ନେଇ ଫ୍ୟାନ୍‌ଙ୍କ ପ୍ରତିକ୍ରିୟା ହେଉଛି, ‘ରନ୍‌ ବନାଓ ସବସେ ଜ୍ୟାଦା, ନେହିଁ ତୋ ଟିମ୍‌ମେ ନା ଦିଖନା ଆପନେ ଦୋବାରା’ । ଆଉ ଜଣେ ଲେଖିଛନ୍ତି, କରୋ ପୂଜା କରୋୟା ହବନ, ବସ୍‌ ରନ୍‌ ବନାଓ ଶିଖର ଧବନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.