Below header

ବାଲି ମାଫିଆଙ୍କ ଦାଦାଗିରି, ସୁବର୍ଣ୍ଣରେଖା ନଦୀ ଗର୍ଭରୁ ଦିନରାତି ବେଧଡକ ହରିଲୁଟ୍‌ ହେଉଛି ସରକାରୀ ସମ୍ପତ୍ତି

ବାଲେଶ୍ୱର(କେନ୍ୟୁଜ୍) : ବାଲି ମାଫିଆଙ୍କ ଦାଦାଗିରି । ପ୍ରଶାସନକୁ ନାହିଁ ଖାତିର୍‌ । ହରିଲୁଟ୍‌ ହେଉଛି ସରକାରୀ ସମ୍ପତ୍ତି । ବାଲେଶ୍ୱର ଜିଲ୍ଲା ମଧ୍ୟ ଦେଇ ପ୍ରଭାବିତ ଯାଇଥିବା ସୁବର୍ଣ୍ଣରେଖା ନଦୀ ଗର୍ଭରୁ ଏବେ ଖାଲି ହେବାରେ ଲାଗିଛି ଟନ୍‌ ଟନ୍‌ ବାଲି । ରାତି ଦିନ ଏକ୍‌ କରି ମାଫିଆମାନେ ଜେସିବି ମେସିନ୍‌ ଲଗାଇ ଶହ ଶହ ଟ୍ରାକ୍ଟର ବାଲି ଲୁଟ୍‌ କରିଚାଲିଛନ୍ତି । ହେଲେ ସବୁ ଜାଣି ଚୁପ୍‌ ବସିଛି ଜିଲ୍ଲା ପ୍ରଶାସନ । ତେବେ ଏହା ପଛରେ ଏକ ବଡ଼ ର‍୍ୟାକେଟ୍‌ କାମ କରୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ମୋଟା ଅଙ୍କର ଅର୍ଥ ଦେଇ ବାଲି ମାଫିଆମାନେ ସରକାରୀ ସମ୍ପତ୍ତି ହରିଲୁଟ୍‌ କରୁଥିବା କହିଛନ୍ତି ଗ୍ରାମବାସୀ ।

baliଜଳେଶ୍ୱର ତହସିଲ୍‌ ଅନ୍ତର୍ଗତ ବାଲିକବାଡ଼, ଶିଖରପୁର, ମାଙ୍କଡିଆ, ଶେଖଶରାଇ, ଗୁରୁଦାସପୁର, କଣ୍ଟାପାଳ ଆଦି ସ୍ଥାନରୁ ପ୍ରାୟ ୪୦ଟି ବାଲି ଖାଦାନରୁ ବେଆଇନ ବାଲି ଉତ୍ତୋଳନ ହେଉଛି । ବିନା ଟ୍ରାଞ୍ଜିଟ୍‌ ପାସ୍‌ ଓ ରୟାଲଟିରେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି । ଏହାକୁ ବିରୋଧ କରି ବିଭିନ୍ନ ସମୟରେ ଜନ ଆନ୍ଦୋଳନ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଆକ୍ସନ ନିଆଯାଇ ନାହିଁ । ସେପଟେ ଜଳେଶ୍ୱର ତହସିଲଦାର କହିଛନ୍ତି ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ହେବ । ବେଆଇନ ବାଲି ଉତ୍ତୋଳନ କରି କିଏ ମାଲାମାଲ୍‌ ହେଉଥିବାବେଳେ, ନଦୀ ପାଶ୍ୱବର୍ତ୍ତୀ ଗାଁ ଗୁଡିକ ପାଇଁ ମୃତ୍ୟୁର ଘଣ୍ଟି ସଦୃଶ୍ୟ ପାଲଟିଛି । ତେଣୁ ଏଥିପ୍ରତି ସରକାରୀ ସ୍ତରରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.