କାଠ ମାଫିଆଙ୍କ ଉପରେ ଜୟପୁର ଭିଜିଲାନ୍ସ ଫରେଷ୍ଟ ବିଭାଗ ପକ୍ଷରୁ ବଡ଼ ଧରଣର ଚଢାଉ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ

କୋରାପୁଟ: କାଠମାଫିଆଙ୍କ ଉପରେ ଭିଜିଲାନ୍ସ ଫରେଷ୍ଟ ବିଭାଗ ପକ୍ଷରୁ ଚଢାଉ। କୋରାପୁଟ ଜିଲ୍ଲା ସୀମାନ୍ତ କୋଟପାଡ଼ ଭନସୁଲି ଅଞ୍ଚଳରେ ଜୟପୁର ଭିଜିଲାନ୍ସ ଫରେଷ୍ଟ ୱିଙ୍ଗର ବଡ଼ ଧରଣର ଚଢାଉ। ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଏସିଏଫ, ଡିଏଫଓ, ଭିଜିଲାନ୍ସ ଡିଏସପି ଓ ଏକ ଷାଠିଆ ଜଣିଆ ବନ କର୍ମଚାରୀ ଦଳ ଚଢଉ କରିଛି। ଏକକାଳୀନ ପାଞ୍ଚଟି ଜାଗାରେ ଚଢଉ କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ପିଆଶାଳ, ଶାଳ ଓ ବିଜା କାଠ ଜବତ କରାଯାଇଛି। ତେବେ ଚଢଉ ବେଳେ କାଠ ମାଫିଆ ଓ ବେପାରୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଫେରାରଙ୍କୁ ଚିହ୍ନଟ କରାଯାଇଛି ଓ ସେମାନଙ୍କ ବିରୋଧରେ ଖୁବ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସିଏଫ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.