Below header

ରବିବାର ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ କଡା ଟକ୍କର, ଆଜି ଉଭୟ ଦଳ ପ୍ରାକ୍ଟିସ୍‌ ପାଇଁ ଯିବେ ବାରବାଟୀ

ଭୁବନେଶ୍ୱର: ରବିବାର ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ କଡା ଟକ୍କର । ସିରିଜ୍‌ର ଏହା ନିର୍ଣ୍ଣାୟକ ମ୍ୟାଚ୍‌ । ବାରବାଟୀ ପ୍ରସ୍ତୁତ୍‌ । ଷ୍ଟାଡିୟମ୍‌ ତୟାର । ଦର୍ଶକ ଟିକଟ କାଟି ଖୁସ୍‌ । ଚାରିଆଡ଼େ ଏବେ କ୍ରିକେଟ ଫିଭର୍‌। ପିଚ୍‌, ଆଉଟ ଫିଲ୍ଡ, ଗ୍ୟାଲେରୀ କାମ ଶେଷ । ଆଜି ଉଭୟ ଦଳର ଟିମ୍‌ ପ୍ରାକ୍ଟିସ୍‌ ପାଇଁ ଯିବେ ବାରବାଟୀ। ପ୍ର୍‌ଥମେ ଭାରତୀୟ ଟିମ୍‌ ପ୍ରାକ୍ଟିସ କରିବ । ଅପରାହ୍ନରେ ୱେଷ୍ଟ ଇଣ୍ଡିଜ୍‌ ଟିମ୍‌ ପ୍ରାକ୍ଟିସ କରିବ । ଏଥିପାଇଁ ଷ୍ଟାଡିୟମ୍‌ ଭିତରେ ଓ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ। ବାରବାଟୀ ମ୍ୟାଚ ପାଇଁ ମୁତୟନ ରହିବେ ୮୦ ପ୍ଲାଟୁନ ଫୋର୍ସ।

ଏପଟେ ଭୁବନେଶ୍ୱରରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ କ୍ରେଜ୍‌ । ଖେଳାଳିଙ୍କ ଟିକିଏ ଝଲକ ପାଇବାକୁ ଫ୍ୟାନ୍‌ ପ୍ରାୟ ପାଗଳ । ହୋଟେଲ ମେ’ ଫେୟାର ସାମନାରେ ଦର୍ଶକଙ୍କ ଭିଡ଼ ଲାଗୁଛି । ଭୁବନେଶ୍ୱରରେ ଗତକାଲି ସପିଂ ମଲ ବୁଲିଛନ୍ତି ୱେଷ୍ଟଇଣ୍ଡିଜ୍‌ ଖେଳାଳି।
ଅନ୍ୟପଟେ ଓଏଲଏକ୍ସରେ ଟିକଟ କଳାବଜାରୀ ଓସିଏ ପାଇଁ ଚିନ୍ତା ବଢ଼ାଇଛି । ପୂର୍ବରୁ ଅନଲାଇନ୍‌ ଟିକଟ କଳାବଜାରୀ ହୋଇଥିବା ବେଳେ ଏବେ କାଉଣ୍ଟରର କିଣାଯାଇଥିବା ଟିକଟ ବ୍ଲାକ୍‌ କରାଯାଇଛି । ଜଣେ ୟୁଜର ୪୦୦ ଟଙ୍କାର ଟିକଟକୁ ୩୫୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଟିକଟ ବ୍ରୋକର ଓ ବ୍ଲାକିଂ ବନ୍ଦ ପାଇଁ ଓସିଏ ପଦକ୍ଷେପ ନେଇଥିଲେ ମଧ୍ୟ ଏଭଳି କଳାବଜାରୀ ସାମନାକୁ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.