ପୁରୀ ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ, ରାଜ୍ୟ କ୍ୟାବିନେଟରେ ବାଜିଛି ମୋହର

ପୁରୀ : ପୁରୀ ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ରାଜ୍ୟ କ୍ୟାବିନେଟରେ ବାଜିଛି ମୋହର । ଗତବର୍ଷ ପବିତ୍ର ଗୋପବନ୍ଧୁ ଜୟନ୍ତୀରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚଶଖାଙ୍କୁ ଏହା ଥିଲା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକ ହେଉଥିବା ୨୮ ଏକର ୭୬ ଡିସିମିଲରୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ୯ଏକର ଜମି ମିଳିସାରିଥିବା ବେଳେ ଆହୁରି ଜମିର ଆବଶ୍ୟକତା ରହିଛି । ବକୁଳବନର ଜମି ଆବଶ୍ୟକ ହେଲେ ଯୋଗାଇ ଦିଆଯିବ ବୋଲି କହିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ । ଅନ୍ୟପଟେ ସରକାରଙ୍କ ଏହି କାର୍ଯ୍ୟକୁ ସ୍ୱାଗତ କରିଛନ୍ତି ଅଞ୍ଚଳବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.