Below header

ପିପିଲି: ବେଆଇନ୍ କରତ କଳ ଉପରେ ଭିଜିଲାନ୍ସ ଚଢାଉ,୩ ଗିରଫ

ପୁରୀ: ପୁରୀ ଜିଲ୍ଲା ପିପିଲି ବଜାରରେ ଦୀର୍ଘ ଦିନ ଧରି ବେଆଇନ୍ ଭାବରେ କରତ କଳ ଚାଲୁ ରହିଥିଲାବେଳେ, ଆଜି ଭୋରରୁ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ନିର୍ଦ୍ଦେଶରେ ସହକାରୀ ବନସଂରକ୍ଷଣଙ୍କ ନେତୃତ୍ବରେ ଚଢାଉ କରାଯାଇଛି । ଏଥିରେ ତିନୋଟି କରତ କଳରେ ଲାଗିଥିବା ଯନ୍ତ୍ରାଂଶ ଓ ଗୋଟିଏ ଟ୍ରାକ୍ଟର ସହିତ ୩ଜଣଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ଖୋର୍ଦ୍ଧା,ବାଲିପାଟଣା,ଡେଲାଙ୍ଗ ଏବଂ ପୁରୀ ବନ ବିଭାଗ କର୍ମଚାରୀଙ୍କ ସହିତ ଦୁଇ ପ୍ଳାଟୁନ୍ ଫୋର୍ସ ମୁତୟନ କରାଯାଇ ଏହି ଚଢାଉ ଚାଲୁ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.