ଏଣିକି ଗାଡିରେ ଲାଗିବ ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ, ଜାଣନ୍ତୁ କେଉଁଠୁ ପାଇବେ ଏବଂ କେତେ ଦରରେ

ଏଣିକି ଗାଡିରେ ଲାଗିବ ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ । ୨୦୧୯, ଏପ୍ରିଲ ୧ ତାରିଖ ପୂର୍ବରୁୁ କିଣିଥିବା ପ୍ରତି କାର କିମ୍ବା ବାଇକ୍‌ରେ ନମ୍ବର ପ୍ଲେଟ ବଦଳାଇବା ପାଇଁ ଉତ୍ତରପ୍ରଦେଶ ପରିବହନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ଡିସେମ୍ବର ପ୍ରଥମ ସପ୍ତାହରୁ ପୁରୁଣା ବାଇକ୍‌ କିମ୍ବା କାରରେ ହାଇ ସିକ୍ୟୁରିଟ୍‌ ନମ୍ବର ପ୍ଲେଟ ଲଗାଯିବ। କାର ନମ୍ବର କରିବା ପାଇଁ ୬୦୦ ଟଙ୍କା ଏବଂ ବାଇକ୍‌ ନମ୍ବର ପ୍ଲେଟ କରିବା ପାଇଁ ୨୪୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। କିନ୍ତୁ ପରିବହନ ବିଭାଗ ଏପର୍ଯ୍ୟନ୍ତ ଏହି ମୂଲ୍ୟକୁ ନେଇ ମଞ୍ଜୁରୀ ଦେଇନାହିଁ।

bike

ଖବର ମୁତାବକ, ପୂର୍ବ ପରିବହନ ଆୟୁକ୍ତ ୨୫ ନଭେମ୍ବରକୁ ଆରଟିଓ ସମେତ ଅନ୍ୟ ଅଫିସରଙ୍କ ସହିତ ବୈଠକ କରିଛନ୍ତି। ଏହାପରେ ହାଇ ସିକ୍ୟୁରିଟ୍‌ ନମ୍ବର ପ୍ଲେଟ ଆଦେଶ ସର୍କୁଲାର ପ୍ରସ୍ତୁତ ହେବ। ଏହି ହାଇ ସୁକ୍ୟରିଟ୍‌ ନମ୍ବର ପ୍ଲେଟ ରେଟ୍‌ ଡିଲରମାନେ ଲକ୍ଷ୍ମୌ ସଂଭାଗର ପରିବହନ ଅଫିସରମାନଙ୍କୁ ଦିଆଯାଇଛି। କିନ୍ତୁ ଏହାକୁ ନେଇ ଅନ୍ତିମ ଚର୍ଚ୍ଚ ପାଇଁ ପ୍ରମୁଖ ଅଟୋ କମ୍ପାନୀର ଡିଲରମାନଙ୍କ ବୈଠକ ଡକାଯାଇଛି। ବର୍ତ୍ତମାନ କମ୍ପାନୀ ପକ୍ଷରୁ ବାଇକ୍‌ କିମ୍ବା କାରରେ ଯେଉଁ ନମ୍ବର ପ୍ଲେଟ ଲଗାଯାଉଛି, ବାଇକ୍‌ ପାଇଁ ୨୪୦ ଟଙ୍କା, ସ୍କୁଟି ପାଇଁ ୨୫୦ ଟଙ୍କା ଏବଂ କାର ପାଇଁ ୬୦୦ ଟଙ୍କା ରଖାଯାଇଛି।

number

କ’ଣ ଏହି ହାଇ ସିକ୍ୟୁରିଟ୍‌ ନମ୍ବର ପ୍ଲେଟ :

– ଏଥିରେ ଏକ ପ୍ରକାର କ୍ରୋମିୟମ ବେସଡ ହଟ୍‌ଷ୍ଟାମ୍ପ ହଲୋଗ୍ରାମ ଚିହ୍ନ ରହିଥିବା ସହ, କ୍ୟୁଆର କୋଡ୍‌ ମଧ୍ୟ ରହିଥାଏ। ଯାହା ଅଶୋକଚକ୍ର ଆକାରର ତିଆରି କରାଯାଇଛି।

– ଏଥିରେ ରେଟ୍ରୋ ରିଫ୍ଲେକ୍ଟିଭ ଫିଲ୍ମ ନମ୍ବର ରହିଛି। ଯେଉଁଥିରେ ପ୍ରତିନମ୍ବରରେ ୪୫ ଡିଗ୍ରୀ କୋଣରେ ଇଣ୍ଡିଆ ଲେଖାଯାଇଛି। ଯାହାକୁ ଆପଣ କୌଣସି ପେଣ୍ଟ କରି ତିଆରି କରିପାରିବେ ନାହିଁ।

– ଏହା ସହିତ ନମ୍ବର ପ୍ଲେଟରେ ସର୍ବନିମ୍ନ ୭ଟି ନମ୍ବର ଲେଜର ଦ୍ୱାରା ପ୍ରିଣ୍ଟ କରି ଲେଖାଯାଇଛି। ଏହି ନମ୍ବର ଦ୍ୱାରା ଯଦି ଆପଣଙ୍କ ଗାଡି ଚୋରି ହୋଇଯାଏ, ତେବେ ଆପଣଙ୍କୁ ଏହି ନମ୍ବର ଜରିଆରେ ଆପଣ ଜାଣିପାରିବେ।

– ଏହି ନମ୍ବର ପ୍ଲେଟରେ ଟେମ୍ପର ପ୍ରୁଫ ଅର୍ଥାତ ନନ୍‌ ରିମୁଭାଲ ସ୍ନାପ ଲକ୍‌ ଲଗାଯାଇଛି।

– ଏଥିରେ ଥାର୍ଡ ଲାଇନ୍ସେସ ପ୍ଲେଟ ଲଗାଯିବ। ଯାହାକୁ ଆପଣ କିଛି ବି ବଦଳାଇପାରିବେ ନାହିଁ।

1

ଡିସେମ୍ବରରୁ ବଦଳିଯିବ ପୁରୁଣା ଗାଡିର ନମ୍ବର ପ୍ଲେଟ:

ଡିସେମ୍ବର ପ୍ରଥମର ସପ୍ତାହରୁ ପୁରୁଣା ଗାଡରେ ଥିବା ନମ୍ବର ପ୍ଲେଟ ହଟାଇ ନୂଆ ହାଇ ସିକ୍ୟୁରିଟ୍‌ ନମ୍ବର ପ୍ଲେଟ ଲଗାଯିବ। ଏହି ନମ୍ବର ପ୍ଲେଟ ଡିଲର ବଦଳାଇବେ। ଏହାକୁ ନେଇ ଖୁବଶୀଘ୍ର ପରିବହନ ବିଭାଗ ପକ୍ଷରୁ ଆଦେଶ ଜାରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.