Below header

ଶହେ ବର୍ଷରେ ପ୍ରଥମ, ଡିଆରଡିଓ ଅଧ୍ୟକ୍ଷ ସତୀଶ ରେଡ୍ଡିଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ନୂଆଦିଲ୍ଲୀ : ଦେଶର ସୁରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆରଡିଓର ଅଧ୍ୟକ୍ଷ ଜି. ସତୀଶ ରେଡ୍ଡିଙ୍କୁ ମିଳିଲା ଅନ୍ତର୍ଜାତୀୟ ଫେଲୋସିପ୍‌ । ବ୍ରିଟେନ୍‌ର ରୟାଲ ଏରୋନଟିକ୍ସ ସୋସାଇଟି ତରଫରୁ ଏହି ମର୍ଯ୍ୟାଦାଜନକ ଫେଲୋସିପ ତାଙ୍କୁ ମିଳିଛି । ଗତ ଶହେ ବର୍ଷ ମଧ୍ୟରେ ଏହି ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ବୈଜ୍ଞାନିକ ।
ବିଭିନ୍ନ ପ୍ରକାର ମିସାଇଲ୍‌ ନିର୍ମାଣ, ଏରୋସ୍ପେସ୍‌ ଯାନ, ଅସ୍ତ୍ରଶସ୍ତ୍ର ନିର୍ମାଣ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସତୀଶ ରେଡ୍ଡିଙ୍କୁ ଏହି ସମ୍ମାନ ମିଳିଛି । ତାଙ୍କୁ ନେଲ୍ଲୋରର ‘ରକେଟ୍‌ ମ୍ୟାନ୍‌’ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.