Below header

ଡ୍ରଗ୍ସ, ମଦ ନିଶାରେ ବର୍‌ବାଦ ହୋଇଯାଇଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ, ଫିଲ୍ମ ABCD 2ରେ କରିଥିଲେ କାମ

ବଲିଉଡ୍‌ ଆକ୍ଟର ବରୁଣ ଧଓ୍ଵନଙ୍କ ଫିଲ୍ମ ABCD 2ର ଲିଡ୍‌ ଅଭିନେତ୍ରୀ ତଥା ଡ୍ୟାନ୍ସର ଲରେନ୍‌ ଗଟ୍‌ଲିବ ଏକ ବଡ଼ ଖୁଲାସା କରିଛନ୍ତି। ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ, ଫିଲ୍ମ ABCD 2 ପରେ ସେ ସମ୍ପୂର୍ଣ୍ଣ ମଦ ଏବଂ ଡ୍ରଗ୍ସ ନିଶାରେ ପଡ଼ିଯାଇଥିଲେ। ଅନ୍ଧାରରେ ଡୁବିଯାଇଥିଲେ। ଯଦିଓ ପାଖାପାଖି ୮ ମାସ ଯାଏ ସେ ସୋସିଆଲ ମିଡିଆରେ ନିଜର ହସ ହସ ମୁହଁର ଫଟୋ ପୋଷ୍ଟ କରୁଥିଲେ, କିନ୍ତୁ ଭିତରେ ବହୁତ ଚିନ୍ତିତ ରହୁଥିଲେ।

୩୧ ବର୍ଷୀୟା ଏହି ଅଭିନେତ୍ରୀ ଆହୁରି କହିଥିଲେ ଯେ ସେ ବହୁତ ଦୁଃଖି ଥିଲେ। ଆଉ ନିଜ ଉଦାସର ଚିକିତ୍ସା ନିଶା ଭିତରେ ଖୋଜି ବୁଲୁଥିଲେ। ସେ କୁହନ୍ତି, ‘ମୁଁ ମଦ ପିଉଥିଲି। ଡ୍ରଗ୍ସ ନେଉଥିଲି। ସବୁକିଛି ମୁଁ କରୁଥିଲି, ଯାହାକି ମୋତେ ଖୁସି କରିପାରୁଥିଲା’।

ଏହାସହ ପଢ଼ନ୍ତୁ: ସାମ୍ନାକୁ ଆସିଲା ରାନୁ ମଣ୍ଡଳଙ୍କ ହମ୍‌ସକଲ, ଫୁଟ୍‌ପାଥରେ ବସି ଗାଉଥିଲେ ‘ତେରି ମେରି କାହାନୀ’

ଲରେନ୍‌ କହିଥିଲେ, ଏ ସବୁ ଭିତରେ ସେ ନିଜକୁ ଦୋଷୀ ବୋଲି ମାନୁଥିଲେ। ତେବେ ଏହାରି ଭିତରୁ ବାହାରିବା ପାଇଁ ତାଙ୍କୁ ସମୟ ଲାଗିଥିଲା। କହି ରଖୁଛୁ କି, ଲରେନ୍‌ ବିଗ୍‌ବସ୍‌ ୧୧ ଏବଂ ଝଲକ ଦିଖଲାଜା ସିଜନ ୬ରେ ମଧ୍ୟ ନଜର ଆସିଥିଲେ। ଏହାସହ ସେ ଅନେକ ପଞ୍ଜାବୀ ଫିଲ୍ମ ଏବଂ ଗୀତରେ ମଧ୍ୟ କାମ କରିଛନ୍ତି।

 

View this post on Instagram

 

Today was A DAY!!! Actually it was more like 3 days. A Threefer!!! Got a good butt kicking. My favorite kind too. One full of hard work, long hours, dedication, passion, resilience…I could go on and on but I’m falling asleep mid sentence (see my stories). . . I guess what I’m trying to say is, I’m so happy to be back in India! My heart feels full. Not as full as my inbox tho! Thank you all so much for the greetings!! I feel like I’m back with my big ole happy Indian family! I have lots of projects coming up. Things that are maybe different from what you are used to seeing of me. Some will feel familiar. This is the start of Lauren Version 2.0. Lauren V2, coming at YOU! And I’m so excited to take you on this journey with me 🕊🦋💓💋 . . #foreignkilauren #backinthebay #bombay #india #aka #mumbai #day1 #succsss #HERODAYS #LaurenV2 #comingatyou

A post shared by ✩ L A U R E N ✩ (@laurengottlieb) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.