୮ ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ହାରିଲା ୨୫ ବର୍ଷୀୟ ଦନ୍ତା ହାତୀ

କେନ୍ୟୁଜ୍(ବ୍ୟୁରୋ):ପୁଣି ହାତୀ ମୃତ। ୮ ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ହାରିଲା ୨୫ ବର୍ଷୀୟ ଦନ୍ତା ହାତୀ। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅନ୍ତର୍ଗତ ଜୋକୁବୁ ଗାଁ ନିକଟରେ ଏକ ବିଶାଳକାୟ ଦନ୍ତା ହାତୀ ଗତ ୮ ଦିନ ହେଲା ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଜୀବନ ହାରିଛି।

ଗୋଟିଏ ଜାଗାରେ ପଡି ରହି ଛଟପଟ ହେଉଥିଲା ଦନ୍ତା। ବନ ବିଭାଗ କର୍ମଚାରୀ ମାନେ ତାକୁ ଜଗି ରହିଥିଲେ। ସାତକୋଶିଆ ଡାକ୍ତର ହାତୀର ଜୀବନ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରି ବିଫଳ ହୋଇଥିଲେ। ମହୁଲ ପୋଚ ଖାଇ ଦେଇଥିବା ସନ୍ଦେହ କରାଯାଉଥିଲା। ଅସୁସ୍ଥ ହାତୀର ମଳ ପରୀକ୍ଷା ପାଇଁ ପଠା ଯାଇଥିଲା। ପରେ ଲିଭରରେ ସମସ୍ୟା ଥିବା ଜଣାପଡିଥିଲା। ଶେଷରେ ହାତୀଟି ଜୀବନ ହାରିଛି।