Below header

ଓଡ଼ିଶାକୁ ନାହିଁ ବାତ୍ୟା ଭୟ: IMD ଡିଜି ମୃତ୍ୟୁଞ୍ଜୟ ମାହାପାତ୍ରଙ୍କ ସୂଚନା

ଭୁବନେଶ୍ବର: ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ଆଗାମୀ ୭ଦିନ ପର୍ଯ୍ୟନ୍ତ ବାତ୍ୟା ଆଶଙ୍କା ନଥିବା କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମାହାପାତ୍ର । ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗତିପଥ ବଦଳାଇନାହିଁ । ଏହା ସ୍ଥିର ରହିଛି । ତେବେ କେଉଁ ଆଡ଼କୁ ମୁହାଁଇବ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଆମ୍ଫାନ ? କେଉଁ ଦେଶ ପ୍ରତି ହୋଇପାରେ ବିପଦ ? ଓଡ଼ିଶା, ଆନ୍ଧ୍ରପ୍ରଦେଶ ନା ବାଙ୍ଗଲାଦେଶ, ମିଆଁମାର ? ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରର ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ବଦଳିପାରେ ଏହାର ଗତିପଥ । ପାଣିପାଗ ବିଭାଗ ଏହା ଉପରେ ନଜର ରଖିଛି । ପୂର୍ବରୁ ମିଆଁମାର ଓ ବାଙ୍ଗଲାଦେଶ ମୁହାଁଇବ ବୋଲି ପୂର୍ବାନୁମାନ କରିଥିଲା ସ୍କାଏ ମେଟ୍‌ । ହେଲେ ଏହା ଗତିପଥ ବଦଳାଇ କେଉଁ ଆଡେ ବି ଯାଇପାରେ ।

cycloneସ୍ମାଏମେଟର ଅନୁମାନ, ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ବି ମୁହାଁଇପାରେ । ଆଗାମୀ ୨୪ଘଣ୍ଟାରେ ଘନୀଭୂତ ହୋଇ ଏହା ସ୍ଥାନ ପରିବର୍ତ୍ତନ କରିପାରେ । ଆସନ୍ତା ୫ ଦିନ ଯାଏ ଏହାର କୌଣସି ପ୍ରଭାବ ପଡ଼ିନପାରେ । ଭାରତୀୟ ଉପକୂଳ ପ୍ରତି ୭ ଦିନ ପାଇଁ କୌଣସି ବିପଦ ନଥିବା କୁହାଯାଉଛି । ୭ ତାରିଖ ବେଳକୁ ଅବପାତରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ମେ’ ସାତ ତାରିଖ ପରେ ଏହା ଗତିପଥ ବଦଳାଇ ବାତ୍ୟା ଆମ୍ଫାନରେ ପରିଣତ ହୋଇପାରେ । ୯ ବେଳକୁ ଏହାର ଗତିପଥ ସମ୍ପର୍କରେ ସୂଚନା ଆସିପାରେ । କେତେକ ମଡେଲ ଅନୁସାରେ ଏହା ଓଡିଶା ଓ ଆନ୍ଧ୍ରପ୍ରଦେଶ ଉପରେ ପ୍ରଭାବ ପକାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.