Below header

ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ହେଉଥିଲା ଗ୍ୟାଙ୍ଗ ରେପ ପ୍ଲାନିଂଗ, ଗୃପ ଚାଟ ଭାଇରାଲ ହେବା ପରେ ପୋଲିସ ହାତରେ ଧରା ହେଲେ ୨୧ ଜଣ ନାବାଳକ

ନୂଆଦିଲ୍ଲୀ: କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଇନ୍‌ଷ୍ଟାଗ୍ରାମ୍‌ ଚାଟ ଖୁବ ଭାଇରଲ ହେବାରେ ଲାଗିଛି । ଏହି ଚାଟ ଟିକୁ ଯଦି ଭଲ ଭାବେ ପଢିବେ ତେବେ ଜାଣି ପାରିବେ ଯେ, କେମିତି କିଛି ସ୍କୁଲ ଛାତ୍ର ଏକ ଜଘନ୍ୟ ଗ୍ୟାଙ୍ଗ ରେପ ଯୋଜନା ନିଜ ନିଜ ଭିତରେ କରୁଛନ୍ତି । ଟ୍ୱିଟରରେ ବି ଏହି ଇନ୍‌ଷ୍ଟାଗ୍ରାମ୍‌ ଗ୍ରୁପର ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଏମିତିକି ବିଭିନ୍ନ ମହଲରୁ ଏହି ଛାତ୍ର ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ପ୍ରକୃତରେ “ବୟଜ ଲକର ରୁମ” ନାମକ ଏହି ଗ୍ରୁପରେ କିଛି ସ୍କୁଲ ଛାତ୍ର ନିଜ ନିଜ ଭିତରେ ଆଲୋଚନା କରୁଥିଲେ ।

instagram

ସେମାନଙ୍କ ଏହି ଆଲୋଚନା ଭିତରେ ଜଣେ ସାଥି ଅନ୍ୟ ସାଥିମାନଙ୍କୁ ଏକ ଝିଅ ସହ ଗଣବଳାତ୍କାର କରିବା ପାଇଁ ଉସୁକାଉଛି । ବିଭିନ୍ନ ସୋସିଆଲ ମିଡିଆରେ ଏହି ଗୃପ ଚାଟ ଟିର କିଛି ସ୍କ୍ରିନସଟ ଭାଇରାଲ ହୋଇଥିଲା । ଝିଅମାନେ ବି ଏହା ଉପରେ ପ୍ରତିକ୍ରିୟା ରଖିଥିବା ନଜର ଆସିଛନ୍ତି । ଝିଅମାନଙ୍କ ଠାରୁ ପୂର୍ବ ଶତ୍ରୁତାର କିପରି ପ୍ରତିଶୋଧ ନିଆଯିବ ସେନେଇ ଏହି ଛାତ୍ରମାନେ ନିଜ ନିଜ ଭିତରେ ଯୋଜନା କରୁଥିଲେ । କୌଣସି ଉପାୟରେ ଏହି ଚାଟ ଟି ଲିକ ହେବା ପରେ ଦେଖୁ ଦେଖୁ ବିଭିନ୍ନ ସୋସିଆଲ ମିଡିଆରେ ଏହି ଚାଟ ବିରୋଧରେ ସାଧାରଣ ଲୋକେ ନିଜ ନିଜ ମତ ରଖିବାକୁ ଲାଗିଲେ ।

ସୂଚନାରୁ ଜଣାଯାଇଛିଯେ, ଏହି ଚାଟରେ ସାମିଲ ଥିବା ଅଧିକାଂଶ ପିଲା ହେଉଛନ୍ତି ଦକ୍ଷିଣ ଦିଲ୍ଲୀ ଅଂଚଳର । ଟ୍ୱିଟରରେ #boislockerroom ଟ୍ରେଣ୍ଡ ହୋଇଥିବା ବେଳେ ବିଭିନ୍ନ ଅଂଚଳର ଲୋକେ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଆସୁଛନ୍ତି । ମାମଲାଟି ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସ ତରଫରୁ ଏକ କେଶ ଦାୟର କରାଯାଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇ ଥିଲା | ସୂଚନା ମୁତାବକ ଏବେ ପୋଲିସ ହାତରେ ମାମଲାରେ ସମ୍ପୃକ୍ତ ଥିବା ୨୧ ଜଣ ନାବାଳକ ଧରାପଡିଛନ୍ତି | । ଅନ୍ୟ ପକ୍ଷରେ “ଦିଲ୍ଲୀ ମହିଳା ଆୟୋଗ” ମଧ୍ୟ ଗୃପ ବିରୋଧରେ ଉଭୟ ଦିଲ୍ଲୀ ପୋଲିସ ଓ ଇନ୍‌ଷ୍ଟାଗ୍ରାମ୍‌କୁ ନୋଟିସ ଜାରି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.