ଆଜିଠୁ ରଥଖଳାରେ ଆରମ୍ଭ ହୋଇପାରେ ରଥ ନିର୍ମାଣ କାମ, ପୁରୀରେ ସମସ୍ତ ପ୍ରସ୍ତୁତି ଶେଷ

ପୁରୀ: ଆଜିଠୁ ରଥଖଳାରେ ଆରମ୍ଭ ହୋଇପାରେ ରଥ ନିର୍ମାଣ କାମ। ଏଥିପାଇଁ ପୁରୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିଶ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ ସରକାର। ରଥ ନିର୍ମାଣ କାମ ଧାର୍ମିକ ପର୍ବ ନୁହେଁ । ତେଣୁ ରଥ ନିର୍ମାଣ କାର୍ଯ୍ୟ ଶୀଘ୍ର କରାଯାଉ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ନିର୍ମାଣ ହେବ ରଥ । ରଥ ନିର୍ମାଣ ନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ପରିଚାଳନା କମିଟି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ପରିଚାଳନକା କମିଟି ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ ।

ପୁରୀ ଗ୍ରୀନ୍‌ ଜୋନରେ ଆସୁଛି । ଏହାସହ ନିର୍ମାଣ କାମ ହୋଇପାରିବ । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଶ୍ରମ ଭିତ୍ତିକ ସମସ୍ତ କାର୍ଯ୍ୟ ହୋଇପାରିବ । ରଥ ନିର୍ମାଣ ସମୟରେ ମାସ୍କ ପିନ୍ଦିବା ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ଓଭର ଟାଇମ୍‌ କାମ କରିବାକୁ ମଧ୍ୟ ସହମତି ଦେଇଛନ୍ତି ବିଶ୍ୱକର୍ମା ମହାରଣା। ୧୮ ତାରିଖରେ ନୂଆ ଗାଇଡ୍‌ଲାଇନ୍‌ ଆସିବା ପରେ ପରିଚାଳନା କମିଟି ବୈଠକ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.