Below header

ସମୟ ପୂର୍ବରୁ କେରଳ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ହେଲେ ଏବେ ମନ୍ଥର ଗତିରେ କରୁଛି ଅତିକ୍ରମ

ଭୁବନେଶ୍ୱର (କେନ୍ୟୁଜ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମନ୍ଥର ଗତିରେ ଅତିକ୍ରମ କରୁଛି । ମୌସୁମୀ ନିର୍ଦ୍ଧାରିତ ତାରିଖର ତିନିଦିନ ପୂର୍ବରୁ କେରଳରେ ପହଞ୍ଚିଥିଲା । ହେଲେ ଏବେ କେରଳରେ ମନ୍ଥର ଅଗ୍ରଗତି କରୁଛି । ଦକ୍ଷିଣ ରାଜ୍ୟରେ ହାରାହାରି ତୁଳନାରେ ୫୦ପ୍ରତିଶତରୁ ଅଧିକ ଅଭାବ ରହିଛି ବୋଲି ଆଇଏମଡ଼ି ପକ୍ଷରୁ କୁହାଯାଇଛି ।

ଆଶା କରାଯାଉଥିଲା ଜୁନ୍ ୧୦ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ । ମୌସୁମୀ କେରଳ ଛୁଇଁବା ପରେ ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା । ଅନ୍ୟପଟେ ରାଜ୍ୟରେ ଅସହ୍ୟ ଗରମ ସହ ଗୁଳଗୁଳି ଲାଗି ରହିଛି । ସେପଟେ ପଶ୍ଚିମରେ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି । ସମସ୍ତ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ରବିବାର ଟିଟିଲାଗଡ଼ ସହରର ତାପମାତ୍ରା ୪୪.୬ ଡିଗ୍ରୀ ସହ ଉତ୍ତପ୍ତ ସହରରେ ପରିଣତ ହୋଇଛି। ତା ସହ ୫ ସହରରେ ପାରଦ ୪୪ ଡିଗ୍ରୀ ଛୁଇଁଥିବାବେଳେ ୩ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି। ୧୩ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପାମତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.