ଦେଶରେ ଉପର ମୁଁହା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୪ ହଜାର ୫୧୮ ପଜିଟିଭ ଚିହ୍ମଟ

ନୂଆଦିଲ୍ଲୀ : ଦେଶରେ ପୁଣି ଉପରମୁହାଁ ଦୈନିକ କ ରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୪ହଜାର ୫୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯ ଜଣଙ୍କ ଜୀବନ ନେଇଛି ଭାଇରସ୍‌। ଗତ ୮୯ ଦିନ ମଧ୍ୟରେ ଏହା ସର୍ବାଧିକ। ଚଳିତ ମାସ ତୃତୀୟ ଥର ପାଇଁ ସଂକ୍ରମଣ ମାମଲା ୪ହଜାର ପାର୍‌ କରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୨ ଲକ୍ଷରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦେଶରେ ସକ୍ରିୟ ମାମଲା ରହିଛି ୨୫ହଜାର ୭୮୨। ପ୍ରାୟ ୪କୋଟି ୨୬ଲକ୍ଷ ୩୦ହଜାର ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।