ରାଫେଲ ନାଡାଲ ଜିତିଲେ ଫ୍ରେଞ୍ଚ ଓପନ ୨୦୨୨, ଶୁଭେଚ୍ଛା ଜଣାଇଲେ ସଚିନ ଓ ସେହ୍ଵାଗ
ଫ୍ରେଞ୍ଚ ଓପନ ଜିତିଲେ ସ୍ପେନର ଟେନିସ ତାରକା ରାଫେଲ ନାଡାଲ । ୩୬ ବର୍ଷ ବୟସରେ ଉପନୀତ ହୋଇଥିବା ରାଫେଲ ନାଡାଲ ‘ଲାଲ ମାଟିର ବାଦଶାହ’ ଏହାକୁ ସେ ପୁଣି ଥରେ ପ୍ରମାଣିତ କରିପାରିଛନ୍ତି । ନରୱେର କୈସ୍ପର ରୂଡଙ୍କୁ ୬-୩, ୬-୩, ୬-୦ ସେଟରେ ହରାଇ ନାଡାଲ ୧୪ ଥର ପାଇଁ ଫ୍ରେଞ୍ଚ ଓପନ ନିଜ ନାମରେ କରିଛନ୍ତି।
ଆଜିର ମ୍ୟାଚ ନାଡାଲ-ରୂଡଙ୍କ ମଧ୍ୟରେ ୨ଘଣ୍ଟା ୧୮ ମିନିଟ୍ ଧରି ଟକ୍କର ଚାଲିଥିଲା । ଦମଦାର ପ୍ରଦର୍ଶନ କରି ପ୍ରଥମ ସେଟରେ ନାଡାଲ ୬-୩ରେ ଆଗରେ ରହିଥିଲେ । ସେହିପରି ଦ୍ୱିତୀୟ ସେଟରେ ନାଡାଲ ୬-୩ରେ ଜିତିବା ପରେ ତୃତୀୟ ସେଟଟି ରୂଡଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ମାତ୍ର ତୃତୀୟ ସେଟରେ ୬-୦ରେ ପରାଜୟ ବରଣ କରିବା ସହ ରୂଡଙ୍କ ଫ୍ରେଞ୍ଚ ଓପନ ଟାଇଟଲ ଜିତିବା ସ୍ୱପ୍ନ ଅଧୁରା ରହିଯାଇଥିଲା । ବର୍ତ୍ତମାନ ସୁଦ୍ଧା ନାଡାଲ ୧୪ଟି ଫ୍ରେଞ୍ଚ ଓପନ, ୪ଟି ୟୁଏସ ଓପନ, ୨ଟି ଅଷ୍ଟ୍ରେଲିଆନ ଓପନ ଓ ୨ଟି ୱିମ୍ବଲଡନ ଟାଇଟଲ ଜିତିଛନ୍ତି ।
ବିଶ୍ୱର ୫ ନଂ ଖେଳାଳି ଭାବେ ନାଡାଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ରୂଡଙ୍କୁ ୬-୩, ୬-୩, ୬-୦ରେ ହରାଇଛନ୍ତି। ୧୪ ଥର ପାଇଁ ପ୍ରେଞ୍ଚ ଓପନ ଜିତି ଏବଂ ୨୨ତମ ଗ୍ରାଣ୍ଡସ୍ଲାମ ଟାଇଟଲ ନିଜ ନାମରେ କରିଛନ୍ତି। ନାଡାଲଙ୍କ ବିଜୟରେ ଭାରତର ପୂର୍ବ କ୍ରିକେଟର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ଵାଗ, ରବି ଶାସ୍ତ୍ରୀ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଷ୍ଟାର ଏବି ଡିଭିଲିୟର୍ସ ଶୁଭେଚ୍ଛା ଜଣାଇଛନ୍ତି।
To go out there and win a record 14th @rolandgarros & 22nd Grand Slam at the age of 36 is an incredible achievement.
Congratulations @RafaelNadal! 🏆🎾 pic.twitter.com/MAxsEklfFQ
— Sachin Tendulkar (@sachin_rt) June 5, 2022
ସଚିନ ଟ୍ଵିଟ କରି ଲେଖିଛନ୍ତି, ଏହି ସ୍ଥାନରେ ପହଞ୍ଚିବା ଏବଂ ୩୬ ବର୍ଷ ବୟସରେ ରେକର୍ଡ କରି ୨୨ ତମ ଗ୍ରାଣ୍ଡସ୍ଲାମ ଜିତିବା ଏକ ଅବିଶ୍ୱସନୀୟ ଉପଲବ୍ଧି। ବହୁତ ବହୁତ ଶୁଭେଚ୍ଛା ନାଡାଲ। ସେହିଭଳି ରବି ଶାସ୍ତ୍ରୀ, ସେହ୍ଵାଗ ମଧ୍ୟ ଟ୍ଵିଟ୍ କରି କହିଛନ୍ତି।
A modern day Hercules who just will not melt in the hottest Claypot. Starts favourite to make it 15 only. Just insane. Salute forever @RafaelNadal @rolandgarros #Nadal #FrenchOpen pic.twitter.com/XXfMHRgmku
— Ravi Shastri (@RaviShastriOfc) June 5, 2022
– Congratulations @rafaelnadal on winning the #RolandGarros for a record 14th time & on clinching your 22nd Grand Slam!
Mate you defy the odds every-time, age really is just a number for you! Keep going strong champion 🏆 #RafaelNadal𓃵 pic.twitter.com/fgW7DwfCaD— Shoaib Malik 🇵🇰 (@realshoaibmalik) June 5, 2022