Below header

ପୁରୀରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପ୍ରସ୍ତୁତିର କଲେ ସମୀକ୍ଷା

ପୁରୀରେ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।  ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।  ପ୍ରଥମେ ଶ୍ରୀ ମନ୍ଦିର ଚତୁଃର୍ପାଶ୍ୱ ବୁଲି ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିବା ସହ ଯଜ୍ଞ ସ୍ଥଳ, ଅତିଥି ବସିବା ସ୍ଥାନ ଏବଂ ଶ୍ରୀ ମାର୍ଗ ଆଦି ସ୍ଥାନ ବୁଲି ପ୍ରସ୍ତୁତି ତଦାରଖ କରିଛନ୍ତି। 

 ପୁରୀ (କେନ୍ୟୁଜ): ପୁରୀରେ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।  ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।  ପ୍ରଥମେ ଶ୍ରୀ ମନ୍ଦିର ଚତୁଃର୍ପାଶ୍ୱ ବୁଲି ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିବା ସହ ଯଜ୍ଞ ସ୍ଥଳ, ଅତିଥି ବସିବା ସ୍ଥାନ ଏବଂ ଶ୍ରୀ ମାର୍ଗ ଆଦି ସ୍ଥାନ ବୁଲି ପ୍ରସ୍ତୁତି ତଦାରଖ କରିଛନ୍ତି।  ଲୋକାର୍ପଣ ଉତ୍ସବ ଲାଗି ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି 5ଟି ଅଧକ୍ଷ । ସମୀକ୍ଷା ବେଳେ କାର୍ତ୍ତିକ ପାଣ୍ଡିଆନଙ୍କ ସହ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି ଓ ଟାଟା ଓବିସିସିର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ । ଲୋକାର୍ପଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ସମ୍ପାଦନ କରିବା ଲାଗି ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ ।

ସେପଟେ ଗତକାଲିଠାରୁ ଉତ୍ସବମୁଖର ହୋଇଛି ଶ୍ରୀକ୍ଷେତ୍ର । ଅଙ୍କୁରରୋପଣ ପରେ ଆଜି ଅଙ୍କୁରପୂଜନ ନୀତି ସଂପନ୍ନ ହୋଇଛି । ଆସନ୍ତାକାଲି ଯଜ୍ଞ ଅଧିବାସ ପରେ ଜାନୁଆରି ୧୫ ତାରିଖରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ମହାଯଜ୍ଞ ଆରମ୍ଭ ହେବ । ଗଜପତି ମହାରାଜା ଦିବ୍ୟସିଂହ ଦେବ କର୍ତ୍ତା ଭାବେ ପୂଜାରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଓ ଫଳକ ଲୋକାର୍ପଣ କରିବେ । ଏହି ଭବ୍ୟ ଆୟୋଜନରେ ସାମିଲ୍‌ ହେବାକୁ ଓଡ଼ିଶା ସହ ଦେଶ ବିଦେଶର ମଠ, ମନ୍ଦିରର ସାଧୁସନ୍ଥ, କାର୍ଯ୍ୟକର୍ତ୍ତାକୁ ନିମନ୍ତ୍ରଣ କରାଯାଇଛି । କେଉଁଠୁ କେଉଁମାନେ ଆସୁଛନ୍ତି, ସେମାନଙ୍କ ତାଲିକା ସହ ରହିବା ଓ ଖାଇବା ବ୍ୟବସ୍ଥା ବି ସରିଛି । ଏବେଠୁ ୪୪ ଫ୍ଲାଟୁନ୍‌ ଫୋର୍ସ ଓ ଶତାଧିକ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ପଇଁତରା ମାରିବା ଆରମ୍ଭ କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.