ସାନଭାଇର ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ ବଦଳିଗଲା ଜୀବନ, ଏବେ ପିକେ ଚରିତ୍ରରେ କରୁଛନ୍ତି ସଚେତନତା

ରାଉଲକେଲା(କେନ୍ୟୁଜ୍‌): ପିକେ ଚରିତ୍ରରେ ସଡକ ସୁରକ୍ଷା ପାଇଁ ସଚେତନତା କରୁଛନ୍ତି କଳାକାର। ରାଉରକେଲା ସହରର ଉଦିତ୍‌ନଗରରେ ସଚେତନତା କରୁଛନ୍ତି। ନିଜ ସାନଭାଇର ସଡକ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ସଡକ ସୁରକ୍ଷା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି ।

ପିକେ ଚରିତ୍ରରେ ସଜ୍ଜିତ ହୋଇ ସଚେତନତା କରୁଛନ୍ତି। ତାଙ୍କୁ ଦେଖିବାକୁ ବହୁ ଲୋକଙ୍କ ଭିଡ ଜମିଛି। ରାସ୍ତାରେ ଦୁଇ ଚକିଆ ଗାଡିର ଯାତାୟାତ ସମୟରେ ହେଲ୍‌ମେଟ୍‌ ପିନ୍ଧନ୍ତୁ। ପରିବେଶ ସୁରକ୍ଷା ପାଇଁ ଗଛ ଲଗାନ୍ତୁ ଭଳି ସଚେତନତା ବାର୍ତ୍ତା ଦେଉଛନ୍ତି। ଏହି ବାର୍ତ୍ତା ଦେଉଛନ୍ତି ବରଗଡ ଜିଲ୍ଲା ଖୁଣ୍ଟପାଲ୍ଲୀ କୁରୁଙ୍ଗା ଗାଁର ଉତ୍ତମ କୁମାର ତାଣ୍ଡି।