ଜୁନ୍‌ ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରି ଦିଅନ୍ତୁ ସବୁ ଜରୁରୀ କାମ

ଆରମ୍ଭ ହୋଇଛି ଜୁନ୍‌ ମାସ। ଏହି ମାସରେ ଅନେକ ସରକାରୀ ଛୁଟି ପଡ଼ୁଛି। ଫଳରେ ଗ୍ରାହକଙ୍କ କାମ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ଦେଶର ବିଭିନ୍ନ ସ୍ଥାନରେ ଚଳିତ ମାସରେ ମୋଟ୍‌ ୮ ଦିନ ବ୍ୟାଙ୍କ କାମ ବନ୍ଦ ରହିବ। ଏଥିରେ ରବିବାର ଏବଂ ଦ୍ୱିତୀୟ- ଚତୁର୍ଥ ଶନିବାରର ଛୁଟି ବି ରହିଛି। କିନ୍ତୁ ମୋବାଇଲ ଓ ଇଣ୍ଟରନେଟ୍‌ ବ୍ୟାଙ୍କିଂ ଜରିଆରେ ଗ୍ରାହକ ସବୁ କାମ ପୂର୍ବ ଭଳି କରିପାରିବେ।

ରିଜର୍ଭ ବ୍ୟାଙ୍କର କ୍ୟାଲେଣ୍ଡର ଅନୁସାରେ, ଚଳିତ ମାସ ସାପ୍ତାହିକ ଛୁଟି ବ୍ୟତୀତ ୨ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଆସନ୍ତୁ ଜାଣିବା ଜୁନ୍‌ ମାସରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ…

ଜୁନ୍‌ ମାସରେ ବ୍ୟାଙ୍କର ପ୍ରଥମ ଛୁଟି ଜୁନ୍‌ ୨ଦିନ ମହାରାଣା ପ୍ରତାପ ଜୟନ୍ତୀ ଅବସରରେ ହେବ। କିନ୍ତୁ ଏହି ଛୁଟି ସାରା ଦେଶରେ ହେବ ନାହିଁ। ଆଜି କେବଳ ସିମ୍‌ଲା ସର୍କଲରେ ବ୍ୟାଙ୍କ ବନ୍ଦ ରହିବ। ଆଜି ହିମାଚଳ ପ୍ରଦେଶର ସମସ୍ତ ସରକାରୀ, ପ୍ରାଇଭେଟ୍‌, ବିଦେଶୀ, କୋ-ଅପରେଟିଭ୍‌ ଓ ରିଜନାଲ ବ୍ୟାଙ୍କ ବନ୍ଦ ରହିବ।

ଜୁନ୍‌ ମାସରେ ବ୍ୟାଙ୍କର ଦ୍ୱିତୀୟ ଛୁଟି ଜୁନ୍‌ ୧୫ ରେ ପଡ଼ୁଛି। ଏହି ଦିନ ଓଡ଼ିଶାରେ ରଜ ସଂକ୍ରାନ୍ତି ପାଳିତ ହେଉଥିବା ବେଳେ ଅନ୍ୟ ରାଜ୍ୟରେ ଗୁରୁ ହରଗୋବିନ୍ଦ ସିଂହ ଜୟନ୍ତୀ ପାଳିତ ହେବ। ଏହି ଦିନ ଭୁବନେଶ୍ୱର, ଆଇଜୋଲ, ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ।

ଜୁନ୍‌ ମାସର ବ୍ୟାଙ୍କ ଛୁଟିର ପୂରା ତାଲିକା:

  • ଜୁନ୍‌ ୨ – ମହାରାଣା ପ୍ରତାପ ଜୟନ୍ତୀ (ସିମ୍‌ଲା)
  • ଜୁନ୍‌ ୫ – ରବିବାର
  • ଜୁନ୍‌ ୧୧ – ଦ୍ୱିତୀୟ ଶନିବାର
  • ଜୁନ୍‌ ୧୨ – ରବିବାର
  • ଜୁନ୍‌ ୧୫ – ରଜ ସଂକ୍ରାନ୍ତି/ ଗୁରୁ ହରଗୋବିନ୍ଦ ସିଂହ ଜୟନ୍ତୀ (ଭୁବନେଶ୍ୱର, ଆଇଜୋଲ, ଜମ୍ମୁ ଓ ଶ୍ରୀନଗର)
  • ଜୁନ୍‌ ୧୯ – ରବିବାର
  • ଜୁନ୍‌ ୨୫ – ଚତୁର୍ଥ ଶନିବାର
  • ଜୁନ୍‌ ୨୬ – ରବିବାର

Also Read: ମଦର ହୋମ୍‌ ଡେଲିଭରି ବନ୍ଦ କଲେ ସରକାର, ଲକ୍‌ଡାଉନ୍‌ ବେଳେ ଆରମ୍ଭ ହୋଇଥିଲା ସେବା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.