ଫ୍ଲିପକାର୍ଟରେ ଆରମ୍ଭ ହୋଇଛି Infinix days sale, ମାତ୍ର ୧୯୯ ଟଙ୍କାରେ କିଣି ଆଣନ୍ତୁ Infinixର ଲାଟେଷ୍ଟ ମଡେଲ

ଫ୍ଲିପକାର୍ଟରେ ଆରମ୍ଭ ହୋଇଛି Infinix days sale। ଏହି ସେଲରେ Infinix ସ୍ମାର୍ଟଫୋନକୁ କମ ଦାମରେ ଆପଣ କିଣିପାରିବେ। ଏଠାରେ ଗ୍ରାହକଙ୍କ ଆଗ୍ରହକୁ ଧ୍ୟାନରେ ରଖି ପ୍ରତି ମାସରେ କିିଛି ନା କିଛି ଅଫର ରଖାଯାଇଥାଏ। ଏବେ ମଧ୍ୟ Infinix ଫୋନକୁ ନେଇ ବଢ଼ିଆ ଅଫର ରଖିଛି ଇକମର୍ସ ପ୍ଲାଟଫର୍ମ। ତେବେ ଏହାକୁ ମାତ୍ର ଆପଣ ୧୯୯ ଟଙ୍କାରେ କିଣିପାରିବେ।

ଫ୍ଲିପକାର୍ଟରେ ଏହି ସେଲ ଜୁନ ୧ ରୁ ଆରମ୍ଭ ହୋଇଛି ଯାହା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସେଲରେ କେବଳ ଇନଫିନିକ୍ସ ସ୍ମାର୍ଟଫୋନକୁ ଶସ୍ତା ଦାମରେ କିଣିପାରିବେ। ଯଦି ଆପଣ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ସେ ବି କମ ବଜେଟ ରେ ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ।

ଇକମର୍ସ ପ୍ଲାଟଫର୍ମ ଆପଣଙ୍କୁ ଏହି ସୁଯୋଗ ଦେଉଛି। ଆମେ କହୁଛୁ Infinix hot 11s ସ୍ମାର୍ଟଫୋନ ସମ୍ପର୍କରେ..ଯାହାର ଲଞ୍ଚିଂ ପ୍ରାଇଜ ରହିଛି ୧୩,୯୯୯ ଟଙ୍କା । କିନ୍ତୁ ଫ୍ଲିପକାର୍ଟରେ ଆପଣ ଏହାକୁ ୧୦,୯୯୯ ଟଙ୍କାରେ କିଣିପାରିବେ। ଫୋନରେ ୩ ହଜାର ଟଙ୍କାର ଡିସକାଉଣ୍ଟ ମଧ୍ୟ ଦିଆଯାଉଛି। ଏହାପରେ ବ୍ୟାଙ୍କ ଓ ଏକ୍ସଚେଞ୍ଜ ଅଫର ମଧ୍ୟ ମିଳୁଛି। ଯାହାପରେ ଫୋନର ଦାମ ପୂରା କମ ହୋଇଯିବ।

ଏହି ମଡେଲକୁ କିଣିବା ପାଇଁ ଆପଣ ଫ୍ଲିପକାର୍ଟ ଆକ୍ସିିସ ବ୍ୟାଙ୍କର କାର୍ଡକୁ ବ୍ୟବହାର କରୁଛନ୍ତି ତେବେ ପୁରା ୫୫୦ ଟଙ୍କାର ଡିସକାଉଣ୍ଟ ମିଳିବ। ଏହାପରେ ଫୋନର ଦାମ ୧୦,୪୪୯ ଟଙ୍କା ହୋଇଯିବ।

ଏହାପରେ ୧୦,୨୫୦ ଟଙ୍କାର ଏକ୍ସଚେଞ୍ଜ ଅଫର ରହିଛି। ଯଦି ଆପଣ ପୁରୁଣା ସ୍ମାର୍ଟଫୋନକୁ ଏକ୍ସଚେଞ୍ଜ କରୁଛନ୍ତି ତେବେ ପୁରା ଅଫ ପାଇବେ। କିନ୍ତୁ ପୁରୁଣା ଫୋନର କଣ୍ଡିସନ ଭଲ ଥିବା ସହ ଏହାର ମଡେଲ ଲାଟେଷ୍ଟ ଥିବା ଦରକାର। ଏମିତିରେ ପୁରା ଅଫ ମିଳିଲେ ଫୋନର ଦାମ ହୋଇଯିବ ମାତ୍ର ୧୯୯ ଟଙ୍କା। ଏହି ଭଳି ଭାବେ ଆପଣ ମାତ୍ର ୧୯୯ ଟଙ୍କାରେ Infinix hot 11s ମଡେଲକୁ ଶସ୍ତାରେ ଘରକୁ ଆଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.