ରିମାଣ୍ଡରେ ଆସିବେ ଭିଜିଲାନ୍ସ ଦ୍ୱାରା ଗିରଫ ହିନ୍ଦୋଳ ଏସଡିପିଓ, ଦୁର୍ନୀତିରେ ପତ୍ନୀ ଓ ଝିଅ ସାମିଲ ଥିବା ଅନୁମାନ

ଢେଙ୍କାନାଳ(କେନ୍ୟୁଜ୍‌): ଭିଜିଲାନ୍ସ ଦ୍ୱାରା ହିନ୍ଦୋଳ ଏସଡିପିଓ ଗିରଫ ଘଟଣା । ରିମାଣ୍ଡରେ ଆସିବେ ଏସଡିପିଓ ମଳୟ କିଶୋର ନାୟକ। ୨କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସମ୍ପତ୍ତି ଥିବା ଆକଳନ କରିଛି ଭିଜିଲାନ୍ସ । ଅନେକ ଲୋକଙ୍କଠାରୁ ନେଇଛନ୍ତି ଲାଞ୍ଚ । ଫୋନ୍‌ ପେ, ଗୁଗୁଲ ପେରେ ମଧ୍ୟ ନେଉଥିଲେ ଲାଞ୍ଚ ।

ଦୁର୍ନୀତିରେ ତାଙ୍କ ପତ୍ନୀ ଓ ଝିଅ ସାମିଲ ଥିବାର ଅନୁମାନ କରୁଛି ଭିଜିଲାନ୍ସ । ଗିରଫ ପରେ ଆଜି ଢେଙ୍କାନାଳ ଭିଜିଲାନ୍ସ କୋର୍ଟକୁ ତାଙ୍କୁ ଚାଲାଣ କରାଗଲା । ଭିଜିଲାନ୍ସ କଟକ ଡିଭିଜନ ଏସପି ଅକ୍ଷୟ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.