Below header

ଶେଷ ପର୍ଯ୍ୟାୟରେ ବ୍ରଜରାଜନଗର ପ୍ରଚାର ଲଢ଼େଇ, ଦମ୍‌ ଦେଖାଉଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ

ଝାରସୁଗୁଡ଼ା(କେନ୍ୟୁଜ୍):   ଶେଷ ପର୍ଯ୍ୟାୟରେ ବ୍ରଜରାଜନଗର ପ୍ରଚାର ଲଢ଼େଇ । ଆଜି ସଂଧ୍ୟାରେ ଥମିବ ପ୍ରଚାର। ନିର୍ବାଚନମଣ୍ଡଳୀରେ ଶେଷ ଦମ୍‌ ଦେଖାଉଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ। ଷ୍ଟାର କ୍ୟାମ୍ପେନରଙ୍କ ସହ ବୁଲୁଛନ୍ତି ମାଳମାଳ ନେତା, ହେଭିୱେଟ । କମ୍ପୁଛି ଗାଁଗଣ୍ଡା, ଗଳିକନ୍ଦି ଓ ସହରବଜାର । ହାଇଭୋଲଟେଜ୍‌ କ୍ୟାମ୍ପେନ୍‌ରେ ମାତିଛନ୍ତି ବିଭିନ୍ନ ଦଳର ନେତା, ମନ୍ତ୍ରୀ ଓ ବିଧାୟକ । ଜନସମର୍ଥନ ପାଇଁ ତିନି ପ୍ରମୁଖ ଦଳ ସବୁ ଦଳ ବଳ ଖଟାଇ ଦେଇଛନ୍ତି ।

ବାଇକ ରାଲି ସହ ସାଧାରଣ ସଭା ଜରିଆରେ ଭୋଟ୍‌ ଦେବାକୁ ନିବେଦନ କରିଛି ତିନି ଦଳର ପ୍ରାର୍ଥୀ। ଆଜି ସଂଧ୍ୟା ୬ଟାରେ ପ୍ରଚାର ସରିବ । ଏହାପୂର୍ବରୁ ବାହାର ଲୋକଙ୍କୁ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ କୁହାଯାଇଛି । ଏଥିପାଇଁ ସବୁ ହୋଟେଲ, ଲଜରେ ଚେକିଂ କରାଯିବ । ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ । ଆସନ୍ତା ୩୧ ତାରିଖରେ ପଡିବ ଭୋଟ୍‌ । ବ୍ରଜରାଜନଗର ଉପନିର୍ବାଚନରେ ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ । ୨୭୯ ବୁଥରେ ହେବ ମତଦାନ । ସେଥିମଧ୍ୟରୁ ୬୦ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି । ୫୦ ପ୍ରତିଶତ ବୁଥେରେ ୱେବକାଷ୍ଟିଂ କରାଯିବ । ମତଦାନ ପାଇଁ ଏବେ ବୁଥ ମୁହାଁ ହେଲେଣି ପୋଲିଂ ପାର୍ଟି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.