ଗୋପୀନାଥଙ୍କ ନାଗା ନୃତ୍ୟ ଓ କେଦାରେଶ୍ୱର ଭଉଁରୀ ଯାତ୍ରାରେ ମଜିଲେ ଭକ୍ତ

ଓଡ଼ିଶା ହେଉଛି ସଂସ୍କୃତି ଓ ପରମ୍ପରାର ରାଜ୍ୟ। ସେଥିପାଇଁ ଏଠି ବାର ମାସରେ ତେର ପର୍ବ ପାଳନ ହୁଏ। ଯେମିତି କେଉଁ ପୁରାତନ କାଳରୁ
ପୁରୀରେ ପାଳନ ହୋଇଆସୁଛି ଭଉଁରୀ ଯାତ୍ରା। ବର୍ଷେ କି ଦୁଇ ବର୍ଷ ନୁହେଁ ଶହ ଶହ ବର୍ଷ ଧରି ମହାପ୍ରଭୁ ଗୋପୀନାଥଙ୍କ ପ୍ରସିଦ୍ଧ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ। ପୁଣି ଏହି ଭଉଁରୀ ଯାତ୍ରାରେ ପ୍ରସିଦ୍ଧ ହେଉଛି ନାଗା ନୃତ୍ୟ। ଏହାକୁ ନେଇ ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ।

god
picture credit – knewsodisha

ପୁରୀଜିଲ୍ଲା ନିମାପଡା ହରିପୁର ଶାସନରେ କାହିଁ କେତେ କାଳରୁ ପୂଜାପାଇ ଆସୁଛନ୍ତି ମହାପ୍ରଭୁ ଗୋପୀନାଥ । ବାର ମାସରେ ମହାପ୍ରଭୁଙ୍କ ତେର ପର୍ବ ପାଳନ କରାଯାଉଥିବା ବେଳେ ଭଉଁରୀ ଦିନ ଗାଁ ହୋଇପଡେ ଉତ୍ସବ ମୁଖର। ଚାପ କ୍ରୀଡ଼ାର ଶେଷ ଦିନରେ ସକାଳୁ ନୀତିକାନ୍ତି ପରେ ସନ୍ଧ୍ୟାରେ ମହାପ୍ରଭୁ ସୁସଜିତ ବିମାନରେ ବିରାଜମାନ ହୋଇ ଗାଁ ପରିକ୍ରମା କରିଥାନ୍ତି। ଗାଁ ପରିକ୍ରମା କରିବା ବେଳେ ଗାଁର ବ୍ରାହ୍ମଣ ସମ୍ପ୍ରଦାୟର ଲୋକେ ନିଜକୁ ନାଗା ବେଶରେ ସୁସଜ୍ଜିତ କରି ନୃତ୍ୟ ମାଧ୍ୟମରେ ମହାପ୍ରଭୁଙ୍କୁ ସ୍‌ୱାଗତ କରିଥିଲେ ।

କାହିଁ କେତେକାଳରୁ ପୁରୀ ସାହିଜାତକୁ ଅନୁକରଣ କରି ଏହି ଗାଁର ବ୍ରାହ୍ମଣ ସମ୍ପ୍ରଦାୟର ଲୋକେ ନାଗା ନୃତ୍ୟ କରି ଆସୁଛନ୍ତି । ମହାପ୍ରଭୁ ଘରଘର ବୁଲି ଭୋଗ ଖାଇବାର ପରମ୍ପରା ମଧ୍ୟ ରହିଛି।ବିଳମ୍ବିତ ରାତି ପର୍ଯ୍ଯନ୍ତ ଗାଁଲୋକେ ପାରମ୍ପାରିକ ନୃତ୍ୟଗୀତରେ ମହାପ୍ରଭୁଙ୍କୁ ସ୍‌ୱାଗତ କରିବା ପରେ ଗୋପୀନାଥ ଦେବ ଶେଷ ଚାପ କ୍ରୀଡା କରିଥାନ୍ତି । ଚାପର ଶେଷ ଦିନରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଆଖପାଖ ଅଂଚଳର ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତ ଲୋକେ ସାମିଲ ହୋଇଥିଲେ ।

ଏହି ସସ୍କୃତି ଅତି ସୁନ୍ଦର ହୋଇଥିବାରୁ ପିଢ଼ି ପରେ ପିଢ଼ି ଏହି ପରମ୍ପରାକୁ ଆଦରେଇ ନେଇଛନ୍ତି ଓ ଆଗାମୀ ଦିନରେ ଏଭଳି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଗ୍ରାମବାସୀ କେବଳ ପୁରୀରେ ନୁହେଁ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍‌ ଅନ୍ତର୍ଗତ ଜରିପଡା ଗ୍ରାମରେ ଉତ୍କଳ ଭଉଁରୀ ଚନ୍ଦନ ଯାତ୍ରା ବଡ଼ ଆଡ଼ମ୍ବରରେ ଅନୁଷ୍ଠିତ । ଏହି ଭଉଁରୀ ଯାତ୍ରା କାହିଁ କେବେ ଠାରୁ ପାଳନ କରାଯାଉଛି । ଗତ ଦୁଇ ବର୍ଷ ଧରି କୋଭିଡ୍‌ କଟକଣା ଯୋଗୁଁ ଏହି ଭଉଁରୀ ଯାତ୍ରାକୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ତରଫରୁ ବନ୍ଦ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ କୋଭିଡ୍ ପରିସ୍ଥିତି ସୁଧୁରିବାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ଭଉଁରୀ ଯାତ୍ରା ପୁନର୍ବାର ଅନୁଷ୍ଠିତ ହୋଇଛି। ଯାହାକୁ ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଶହ ଶହ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ଜରିପଡା ।

ଜରିପଡା ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା କେଦାରେଶ୍ୱର ଦେବଙ୍କ ଯାତ୍ରା ପଞ୍ଜିକା ବର୍ଣ୍ଣିତ ଭଉଁରୀ ଯାତ୍ରା। ଏହି ଯାତ୍ରାକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଲୋକମାନଙ୍କ ଭିଡ଼ ଜମିଥାଏ । ଏହି ଯାତ୍ରା ଜରିପଡା ଚଉଦପାଟଣା କମିଟିର ସଦସ୍ଯ ମାନେ ସ୍ଥିର କରନ୍ତି । ଯାତ୍ରା ଦୁଇ ପଞ୍ଚାୟତ ତଥା ଜରିପଡ଼ା ଏବଂ କଳକଳେସ୍‌ର ପଞ୍ଚାୟତର ଗ୍ରାମବାସୀଙ୍କ ସହଯୋଗରେ ପ୍ରତିବର୍ଷ ପାଳନ କରାଯାଏ ।ଯାତ୍ରା ପାଇଁ ବଡ଼ ଧୁମଧାମରେ ପ୍ରତ୍ୟେକ ଗ୍ରାମରେ ମେଢ଼ ପ୍ରସ୍ତୁତ କରାଯାଏ । ପ୍ରଥମ ଦିନ ରାତିରେ ୬ ଟି ଗ୍ରାମ ରୁ ୬ ଟି ସୁସଜିତ ମେଢ଼ ପଟୁଆରରେ ଘୋଡା ନାଚ, ନାଗା ନାଚ ଠାରୁ ଆରମ୍ଭ କରି ବାଜା ରୋଷଣୀରେ ହଜାର ହଜାର ଲୋକ ମାନେ ଚନ୍ଦନ ପଡିଆରେ ଏକତ୍ରିତ ହୁଅନ୍ତି । ଦ୍ୱିତୀୟ ଦିନରେ ଆତସବାଜି ପ୍ରତିଯୋଗିତା ହୁଏ ।

ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାର ଆତସବାଜି ପ୍ରତିଯୋଗିତା ହୁଏ । ଯାହା ଦେଖିବାକୁ ଆଖ ପାଖ ଅଞ୍ଚଳର ହଜାର ହଜାର ଦର୍ଶକ ଆସନ୍ତି। ଏହା ସହ ଦୀର୍ଘ ୫ଦିନ ଧରି ମିନା ବଜାର ଓ ରାତିରେ ସାଂସ୍କୃତିକ କାର୍ଯ୍ଯକ୍ରମକୁ ମନଭରି ଉପଭୋଗ କରୁଛନ୍ତି ଦର୍ଶକ । ଦିନ ଥିଲା ଏହି ସ୍ଥାନ ଚିଲିକାର ଜଳରାଶିରେ ପରିପୂର୍ଣ୍ଣ ଥିଲା। ସ୍ଥାନୀୟ ମଶ୍ଚଜୀବୀମାନେ ମାଛ ଧରିବା ପାଇଁ ଚିଲିକା ମଧ୍ୟକୁ ଏହି ରାସ୍ତା ଦେଇ ଯାଉଥିଲେ । ଦିନେ ଡଙ୍ଗାର କାତ ମାରି ଚିଲିକାକୁ ଗଲା ବେଳେ ଏହି ସ୍ଥାନରେ ଜଳ ମଧ୍ୟରୁ ରକ୍ତ ପ୍ରଭାହିତ ହୋଇଥିଲା । ମଶ୍ଚଜୀବୀ ଭୟବିତ ହୋଇ ଗ୍ରାମରେ ଘଟଣା ସମ୍ପର୍କରେ ଜଣାଇଲେ । ଏହି ଖବର ରାଜାଙ୍କ ନିକଟରେ ପହଁଚି ଥିଲା । ଏହାପରେ ଏହି ସ୍ଥାନରେ ଆର୍ବିଭାବ ହୋଇଥିଲା ଶିବ ଲିଙ୍ଗ। ପରେ ଏଠାରେ ନିର୍ମାଣ ହେଲା ମନ୍ଦିର । ଏବେ ଏଠାରେ ଆଉ ପାଣି ନାହିଁ କିନ୍ତୁ କିମ୍ବଦନ୍ତୀକୁ ଉଡଜୀବିତ କରି ରଖିଛି ବାବା କେଦାରେଶ୍‌ର ଶୈବ ପୀଠ । ସେହି ଦିନଠାରୁ ଏଠାରେ ଚାଲିଆସୁଛି ପାରମ୍ପରିକ ଉତ୍କଳ ଭଉଁରୀ ଉତ୍ସବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.