ନେପାଳରେ ନିଖୋଜ ବିମାନର ମିଳିଲା ସନ୍ଧାନ, ୪ ଭାରତୀୟଙ୍କ ସମେତ ୨୨ ଜଣ ଥିଲେ

କେନ୍ୟୁଜ୍(ବ୍ୟୁରୋ):  ନେପାଳରେ ନିଖୋଜ ବିମାନର ମିଳିଲା ସନ୍ଧାନ । ମୁସ୍ତାଙ୍ଗର କ୍ୱାଙ୍ଗରେ ଖୋଜ ତାରା ଏୟାର 9NAETବିମାନକୁ ଠାବ କରାଯାଇଛି । ତେବେ ବିମାନର ସ୍ଥିତାବସ୍ଥା ସଂପର୍କରେ କିଛି ଜଣାପଡି ନାହିଁ । ଏଥିରେ ୪ ଭାରତୀୟଙ୍କ ସମେତ ୨୨ ଜଣ ଥିଲେ । ୪ ଭାରତୀୟଙ୍କ ପରିଚୟ ମିଳିଛି ।

ସେମାନେ ହେଲେ ମୁମ୍ବାଇରେ ରହୁଥିବା ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀ । ଏମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି । ଆଜି ସକାଳ ୯ଟା ୫୫ମିନିଟରେ ପୋଖରାରୁ ଜୋମସମକୁ ଉଡାଣ ଭରିଥିଲା ବିମାନ। ନେପାଳରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନିଖୋଜଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି । ଏନେଇ ଜରୁରୀ ହଟଲାଇନ ନମ୍ବର ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.