Below header

କନ୍ଧମାଳରେ ୧୪୪ ଧାରା : ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ଆସିବା ମନା, ଗାଁ ଗାଁରେ କରୋନା ପାଇଁ ସତର୍କ କରୁଛି ଜିଲ୍ଲା ପ୍ରଶାସନ

ଦାରିଙ୍ଗବାଡି (କେ ନ୍ୟୁଜ୍‌) : କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ବିଷାଣୁ ବ୍ୟାପିବାକୁ ରୋକିବା ନିମନ୍ତେ ଲୋକଙ୍କୁ ସଚେତନ କରାଯାଉଛି । ସମସ୍ତେ ସତର୍କ ରହିବାକୁ ଜୋରଦାର ପ୍ରଚାର କରାଯାଉଛି । ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି । କୌଣସି ସ୍ଥାନରେ ଭିଡ ନ କରିବା ସହ ଗୋଟିଏ ଜାଗାରେ ୫ ଜଣରୁ ଊର୍ଦ୍ଧ୍ୱ ଲୋକ ଜମା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

DARINGBADI-2ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଦାରିଙ୍ଗବାଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ନୀତୀଶ କୁମାର ତ୍ରିପାଠୀ, ଆଇଆଇସି କୌଶିକ ମାଝୀ ସଦଳବଳେ କଫି ବଗିଚା ସମେତ ମିଡିୟୁବାନ୍ଦା ଜଳପ୍ରପାତରେ ପହଞ୍ଚି ଏହାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ସହ ମିଶି ସ୍ଥାନୀୟ ପୋଲିସ ଦାରିଙ୍ଗବାଡିର ସମସ୍ତ ହୋଟେଲରେ ପହଞ୍ଚି ଆଉ କୌଣସି ନୂଆ ପର୍ଯ୍ୟଟକଙ୍କୁ ହୋଟେଲରେ ନ ରଖିବା ଏବଂ ଭିଡ ନ କରିବାକୁ ହୋଟେଲ ମାଲିକମାନଙ୍କୁ ବୁଝାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.