ଦକ୍ଷିଣ କୋରିଆରେ କରୋନାର ସୁପର ସ୍ପ୍ରେଡର୍‌, ଜଣେ ମହିଳା ଏକାକୀ ୪ ହଜାର ୮ଶହ ଲୋକଙ୍କୁ କରିଛନ୍ତି ସଂକ୍ରମିତ

କେନ୍ୟୁଜ୍(ବ୍ୟୁରୋ): ପେସେଣ୍ଟ ନମ୍ବର-୩୧ । ଦକ୍ଷିଣ କୋରିଆରେ କରୋନାର ସୁପର ସ୍ପ୍ରେଡର୍‌ । ଯିଏ ୪ହଜାର ୮ ଶହ ଲୋକଙ୍କୁ ବାଣ୍ଟିଛି ଭାଇରସ୍‌ । ସେ ଜଣେ ମହିଳା । ସଂକ୍ରମଣ ତ ବାଣ୍ଟିଲେ । ତାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ୩୦ ଜଣଙ୍କ ମୁଣ୍ଡ ବି ନେଇଛି ପ୍ରାଣଘାତୀ କରୋନା । ସେହି ପେସେଣ୍ଟ ନମ୍ବର-୩୧କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ସେହି ମହିଳାଙ୍କ ଦାୟିତ୍ୱହୀନତା ଓ ମୁଖାର୍ମୀ ପାଇଁ ଦକ୍ଷିଣ କୋରିଆରେ ମାଡିଗଲା କରୋନା ମହାମାରୀ । ବେକାବୁ ସ୍ଥିତିକୁ ଆସିଗଲା । ବର୍ତ୍ତମାନ ସୁଦ୍ଧା ସେଠାରେ ୮୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ୮ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମଣ ବୃଦ୍ଧି ଓ ଏେତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପାଇଁ ତାଙ୍କ ବିରୋଧରେ ସିଓଲ ମେଟ୍ରୋପଲିଟନ୍‌ ସରକାର ହତ୍ୟା ମାମଲା ରୁଜୁ କରିଛନ୍ତି ।

patitent 31 korea

ପେସେଣ୍ଟ ନମ୍ବର-୩୧ ପୂର୍ବରୁ ଦକ୍ଷିଣ କୋରିଆରେ ନିୟନ୍ତ୍ରଣରେ ଥିଲା କରୋନା । ଫେବ୍ରୁଆରୀ ୬ ତାରିଖ । ସାମାନ୍ୟ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ସଂପୃକ୍ତ ମହିଳା। ଏହା ଭିତରେ ସେ ଜ୍ୱରରେ ପୀଡ଼ିତ ଥିଲେ । ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ କରୋନା ଭାଇରସ୍‌ ପରୀକ୍ଷା କରାଇ ନଥିଲେ ମହିଳା । ଫେବ୍ରୁଆରୀ ୧୭ । ତାଙ୍କର ନମୁନା ରିପୋର୍ଟ ଆସିଥିଲା ପଜିଟିଭ୍‌ । ୩୧ ନମ୍ବର ଆକ୍ରାନ୍ତ । ଏହି ସମୟ ଭିତରେ ହଜାର ହଜାର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ବହୁବାର ପ୍ରାର୍ଥନା ପାଇଁ ଯାଇଥିଲେ ସିନଚୋଞ୍ଜି ଚର୍ଚ୍ଚ । ସାଙ୍ଗମାନଙ୍କ ସହ ମିଶି ହୋଟେଲ୍‌ ଯାଇଥିଲେ । ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ମହିଳା ।

ଚର୍ଚ୍ଚରେ ତାଙ୍କ ସଂସ୍ପର୍ଶରେ ପାଖାପାଖି ୯ ହଜାର ୩ଶହ ଲୋକ ଆସିଥିଲେ । ତାଭିତରୁ ୧୨ଶହରୁ ଅଧିକ ଲୋକଙ୍କ ପାଖରେ ଦେଖାଦେଇଥିଲା ଫ୍ଲୁ ଭଳି ଲକ୍ଷଣ । ଶତାଧିକ କେସ୍‌ ଆସିଲା ପଜିଟିଭ୍‌ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ କୋରିଆରେ କଣ୍ଟ୍ରୋଲରେ ଥିବା କରୋନା ସୁପର ସ୍ପେଡେର ମହିଳାଙ୍କ ପାଇଁ ନିୟନ୍ତ୍ରଣ ବାହାରକୁ ଚାଲିଗଲା । ଜାନୁଆରୀ ୨୦ ତାରିଖରେ ଦକ୍ଷିଣ କୋରିଆରେ ପ୍ରଥମ କରୋନା ଭାଇରସ୍‌ ପଜିଟିଭି ଚିହ୍ନଟ ହୋଇଥିଲା । ସଂକ୍ରମିତ ହୋଇଥିଲେ ଉହାନ ଫେରନ୍ତା ଜଣେ ମହିଳା । ତାର ଚାରି ସପ୍ତାହ ପରେ ୩୦ ଜଣ ଆକ୍ରାନ୍ତ ହୋଇଥିଲେ । ଏହି ପେସେଣ୍ଟ ନମ୍ବର-୩୧କୁ ନେଇ ଏବେ ସାରା ବିଶ୍ୱରେ Don’t be like 31 ନାଁରେ ଏକ କ୍ୟାମ୍ପେନ୍‌ ବି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.