Below header

ନିର୍ଭୟା ଦୋଷିଙ୍କୁ ଫାସୀ ଦେବା ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ, ଜହ୍ଲାଦ ପହଞ୍ଚିଲେ ତିହାର ଜେଲ୍‌

ନୂଆଦିଲ୍ଲୀ: ନିର୍ଭୟା ଦୋଷିଙ୍କୁ ଫାସୀ ଦେବା ପାଇଁ ଇତି ମଧ୍ୟରେ ବହୁବାର ଦିନ ସ୍ଥିର ହୋଇଥିଲେ ମଧ୍ୟ ଆଇନର ଗଳା ବାଟ ଦେଇ ଅଭିଯୁକ୍ତ ଖସି ଯିବାରେ ସମର୍ଥ ହୋଇଛନ୍ତି । ତେବେ ଏଥର ମାର୍ଚ୍ଚ ୨୦ ତାରିଖକୁ ଡେଥ୍‌ ଓ୍ଵାରଣ୍ଟ ଜାରି କରିଛନ୍ତି କୋର୍ଟ ।

tihar

ନିର୍ଭୟା ଦୋଷିଙ୍କୁ ଫାସୀରେ ଲଟକାଇବା ପାଇଁ ଜଲ୍ହାଦ ୩ ଦିନ ପୂର୍ବରୁ ସୋମବାର ଦିଲ୍ଲୀରେ ପହଞ୍ଚିଯାଇଛନ୍ତି । ସେଠାରେ ପହଞ୍ଚିବା ପରେ ଜେଲ୍‌ ତଥା ବଭିନ୍ନ ଅଧିକାରୀଙ୍କ ସହ ୧ ଘଣ୍ଟା ଧରି ବିଚାର ବିମର୍ଶ କରିବା ସହ ଫାସୀ ଘର ନିରୀକ୍ଷଣ କରିଥିଲେ ।

ମଙ୍ଗଳବାର ସଂଧ୍ୟାରେ ତିହାର ଜେଲ୍‌ରେ ପହଞ୍ଚି ନିରୀକ୍ଷଣ କରିବେ । ସମ୍ଭବତଃ ମଙ୍ଗଳବାର ଫାସୀ ସମ୍ବଧିତ ଟ୍ରାଏଲ କରିବେ । ମାର୍ଚ୍ଚ ୨୦ ତାରିଖରେ ନିର୍ଭୟା ଅଭିଯୁକ୍ତଙ୍କୁ ଫାସୀ ଦେବା ପାଇଁ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।

pawan-jallad

ଫାସୀ ଦେବା ବେଳେ ଯେପରୀ କୈାଣସି ଅସୁବିଧା ନହୁଏ ସେଥିପାଇଁ ଫାସୀ ଦିଆଯିବା ରଶିକୁ ନରମ ରଖିବା ପାଇଁ ରଶିରେ ଲହୁଣୀ ଓ ପାଚିଲା କଦଳୀ ଘସା ଯାଉଥିବା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.