ଛଅ ଦିନ ଭିତରେ ପୂର୍ବତଟ ରେଳପଥରେ ଟିକେଟ୍‌ ବାତିଲ କରିଛନ୍ତି ୧ ଲକ୍ଷ ଲୋକ, କରୋନା ଭୟରେ ଏଭଳି ପରିସ୍ଥିତି

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରତିଦିନ ସୂଚନା ଆସେ ଆମ ଦେଶରେ ଟ୍ରେନ୍‌ ବାତିଲ ହେଉଛି । ହେଲେ ଯାତ୍ରୀମାନେ ଟିକେଟ୍‌ ବାତିଲ କରିବା ଖବର ଖୁବ୍‌ କମ୍‌ ଆସେ । ଏବେ କିନ୍ତୁ ସବୁ କ୍ଷେତ୍ର ଭଳି କରୋନା ପ୍ରଭାବିତ କରିଛି ରେଳଯାତ୍ରାକୁ । ପ୍ରବଳ ମାତ୍ରାରେ ଲୋକେ ଟିକେଟ୍‌ କ୍ୟାନସଲ କରୁଛନ୍ତି । ଗତ ୬ ଦିନ ମଧ୍ୟରେ ପୂର୍ବତଟ ରେଳବାଇ ଅଧୀନରେ ଥିବା ବିଭିନ୍ନ ରେଳପଥରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟିକେଟ୍‌ ବାତିଲ ହୋଇ ସାରିଲାଣି । ତେଣୁ ଯାତ୍ରୀ ସଂଖ୍ୟା କମିବା ହେତୁ ପୂର୍ବତଟ ରେଳ କର୍ତ୍ତୃପକ୍ଷ ମୋଟ୍‌ ୧୦ଟି ସ୍ୱତନ୍ତ୍ର ଟ୍ରେନ୍‌ରୁ ୫ଟି ବାତିଲ କରି ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଆଗକୁ ଆହୁରି ଅଧିକ ଟ୍ରେନ୍‌କୁ ବାତିଲ କରାଯିବ ।
ଏପଟେ ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ବିଶାଖାପାଟଣା ଷ୍ଟେସନ୍‌ରୁ ଛାଡ଼ିବିକା ଥିବା ସମସ୍ତ ଟ୍ରେନ୍‌ରୁ ଚାଦର, କମ୍ବଳ ଓ ପରଦା କାଢ଼ି ନିଆଯାଇଛି । ତେବେ ଯାତ୍ରୀମାନେ ଚାହିଁଲେ ସେମାନଙ୍କ ନିଜସ୍ୱ କମ୍ବଳ ଏବଂ ଶାଲ୍‌ ଆଦି ବ୍ୟବହାର କରି ପାରିବେ ।

ବାତିଲ ହେଲା ୫ଟି  ସ୍ୱତନ୍ତ୍ର ଟ୍ରେନ୍‌

ଆସନ୍ତୁ ନଜର ପକାଇବା କେଉଁ ଟ୍ରେନ୍‌ ସବୁ କେବେ ବାତିଲ ହୋଇଛି । କୋଭିଡ୍‌-୧୯ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ବିଶାଖାପାଟଣା-ସିକନ୍ଦରାବାଦ୍‌-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍‌କୁ ଭିଶାଖାପାଟଣାଠାରୁ ୧୭,୨୪ ଓ ୩୧ ଏବଂ ସିକନ୍ଦରାବାଦ୍‌ଠାରୁ ତା ୧୮, ୨୫ ମାର୍ଚ୍ଚ ଏବଂ ୧ ଏପ୍ରିଲରେ ବାତିଲ୍ କରାଯିବ ।

EASTCOST-2ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍‌କୁ ବିଶାଖାପାଟଣାଠାରୁ ୨୩ ଓ ୩୦ ମାର୍ଚ୍ଚ, ତିରୁପତିଠାରୁ ୨୪ ଓ ୩୧ ମାର୍ଚ୍ଚରେ ବାତିଲ୍ କରାଯିବ । ସେହିପରି , ସମ୍ବଲପୁର-ବନସ୍‌ୱାଡି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ୧୮ ଓ ୨୫ ମାର୍ଚ୍ଚ ଏବଂ ବନସ୍‌ୱାଡିଠାରୁ ୧୯ ଓ ୨୬ ମାର୍ଚ୍ଚରେ ବାତିଲ୍ ହେବ । ଭୁବନେଶ୍ୱର-ସିକନ୍ଦରାବାଦ୍‌-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରଠାରୁ ୧୯ ଓ ୨୬ ମାର୍ଚ୍ଚ ଏବଂ ସିକନ୍ଦରାବାଦରୁ ୨୦ ଓ ୨୭ ମାର୍ଚ୍ଚରେ ବାତିଲ୍ ହେବ । ସେହିପରି ପୁରୀ-ସନ୍ତ୍ରାଗାଛି-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ପୁରୀଠାରୁ ମାର୍ଚ୍ଚ ୨୦ ଓ ୨୭ ଏବଂ ସନ୍ତ୍ରାଗାଛିଠାରୁ ୨୧ ଓ ୨୮ ମାର୍ଚ୍ଚରେ ବାତିଲ୍ କରାଯିବ ବୋଲି ସୂଚନା ଦିଆଯାଇଛି ।

more than 1 lakh tickets cancelled in east coast railway

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.