Below header

ଆଇକନିକ୍‌ ପର୍ଯ୍ୟଟନ ତାଲିକାରେ ରହିବ ଅର୍କକ୍ଷେତ୍ର କୋଣାର୍କ,  ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କହିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ

କେନ୍ୟୁଜ୍(ବ୍ୟୁରୋ): ଆଇକନିକ୍‌ ପର୍ଯ୍ୟଟନ ତାଲିକାରେ ଓଡ଼ିଶାକୁ କେବେ ସ୍ଥାନ ମିଳିବା ନେଇ ରାଜ୍ୟସଭାରେ ପଚାରିଥିବା ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ । ମନ୍ତ୍ରୀ ପ୍ରହ୍ଲାଦ ସିଂହ କହିଛନ୍ତି, ଖୁବଶୀଘ୍ର ଆଇକନିକ୍‌ ପ୍ରର୍ଯ୍ୟଟନ ତାଲିକାରେ ଓଡ଼ିଶାକୁ ସ୍ଥାନ ମିଳିବ । ଦେଶରେ ମୋଟ୍‌ ୧୭ଟି ଆଇକନିକ୍‌ ପ୍ରର୍ଯ୍ୟଟନ ସ୍ଥଳୀକୁ ବୃଦ୍ଧି କରି ୧୯ଟି କରାଯିବ । ଯେଉଁଥିରେ ଓଡ଼ିଶା ଏବଂ ଗୁଜୁରାଟକୁ ସ୍ଥାନ ଦିଆଯିବ । ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅର୍କକ୍ଷେତ୍ର କୋଣାର୍କକୁ ଆଇକନିକ୍‌ ପ୍ରର୍ଯ୍ୟଟନ ତାଲିକାରେ ସ୍ଥାନ ମିଳିବା ନେଇ ମନ୍ତ୍ରୀ କହିଛନ୍ତି । ଆଇକନିକ୍‌ ପ୍ରର୍ଯ୍ୟଟନ ତାଲିକାରେ ଓଡ଼ିଶାକୁ ସ୍ଥାନ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.