Below header

ୟୁରୋପରୁ ମୁମ୍ବାଇ ଆସିଲେ ଭଜନ ଗାୟକ ଅନୁପ ଜଲୋଟା, ଆଇସୋଲେସନରେ ରଖିଲା ଡାକ୍ତରୀ ଟିମ

ବିଗ ବସ ଯୋଗୁ ବିବାଦରେ ଫସିଥିବା ଭଜନ ଗାୟକ ଅନୁପ ଜଲୋଟାଙ୍କୁ ମୁମ୍ବାଇର ଏକ ହୋଟେଲରେ ଆଇସୋଲେସନରେ ରଖାଯାଇଛି। ସେ କିଛିଦିନ ତଳେ ୟୁରୋପରେ ଏକ ଆର୍ଟ କନସର୍ଟରେ ଯୋଗଦେବାକୁ ଯାଇଥିଲେ। ଯାହାର କିଛି ଫଟୋ ସେ ନିଜ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ସେ ନିଜେ ହିଁ ଟୁଇଟ କରି ଜଣାଇଛନ୍ତି।

ଅନୁପ ଲେଖିଛନ୍ତି, ‘ମୁଁ ବିଏମସି ଦ୍ୱାରା ୬୦ରୁ ଅଧିକ ବୟସର ଯାତ୍ରୀମାନଙ୍କୁ ଦିଆଯାଉଥିବା ମେଡିକାଲ କେୟାରରେ ଅଛି। ମୋତେ ହୋଟେଲ ମିରଜକୁ ନିଆଯାଇଛି, କାରଣ ମୁଁ ଏବେ ଲଣ୍ଡନରୁ ମୁମ୍ବାଇ ଆସିଛି। ମୋତେ ନେବା ପାଇଁ ଏକ ଡାକ୍ତରୀ ଟିମକୁ ପଠାଯାଇଥିଲା। ମୁଁ ମୋ ସହିତ ଆସିଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ସହଯୋଗ କରିବାକୁ ଅପିଲ କରୁଛି, ଯେପରି କରୋନା ଭାଇରସକୁ ରୋକାଯାଇପାରିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.