Below header

ରାୟଗଡ଼ାରେ ନକ୍ସଲ ଦମନ ଅଭିଯାନ ବେଳେ ସିଆରପିଏଫ୍‌କୁ ସଫଳତା, ପାଟ୍ରୋଲିଂ ବେଳେ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ

କେନ୍ୟୁଜ୍(ବ୍ୟୁରୋ): ରାୟଗଡ଼ାରେ ନକ୍ସଲ ଦମନ ଅଭିଯାନ ବେଳେ ସିଆରପିଏଫ୍‌କୁ ସଫଳତା । ପାଟ୍ରୋଲିଂ ବେଳେ କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ଟିଡିମୁସ୍କା ଜଙ୍ଗଲର ଦୁଇଟି ସ୍ଥାନରୁ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । ଏହା ଭିତରେ ଅଛି ୪ଟି ବନ୍ଧୁକ, ୨ଟି ଟିଫିନ୍‌ ବୋମା, ୪୦ଟି ଜିଲୋଟିନ୍‌, ୩୦ଟି ଡିଟୋନିଟର୍‌, ବିଦ୍ୟୁତ ତାର, ବ୍ୟାଟେରୀ ସମେତ ବିଭିନ୍ନ ମାଓ ସାମଗ୍ରୀ । ଏହି ସୂଚନା ଦେଇଛନ୍ତି ସିଆରପିଏଫ୍‌ ଚତୁର୍ଥ ବାଟାଲିଅନ୍‌ କମାଣ୍ଡାଣ୍ଟ ନୀତୁ ରାୟ । ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇଁ ଅପେରସନ୍‌ ଆରମ୍ଭ କରିଥିଲା ସିଆରପିଏଫ୍‌ । ଏତିକିବେଳେ ଏସବୁ ସାମଗ୍ରୀ ଜବତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.