ନୃଶଂସ ସ୍ବାମୀର ଉନ୍ମତ୍ତ କାଣ୍ଡ, କିଛି ଟଙ୍କା ପାଇଁ ବଜାର ମଝିରେ ପେଚକସ୍‌ରେ ସ୍ତ୍ରୀକୁ ପିଟି ପିଟି ସ୍ୱାମୀ କଲା ରକ୍ତାକ୍ତ

ବ୍ରହ୍ମଗିରି(କେନ୍ୟୁଜ୍): ବଜାର ମଝିରେ ସ୍ତ୍ରୀକୁ ପିଟି ପିଟି ରକ୍ତାକ୍ତ କଲା ସ୍ୱାମୀ । ପୁରୀ ଜିଲ୍ଲା ବ୍ରହ୍ମଗିରି ବଜାରରେ ଅଭାବନୀୟ ଘଟଣା ଘଟିଛି । କିଛି ଟଙ୍କା ପାଇଁ ବଜାର ମଝିରେ ପେଚକସ୍‌ରେ ସ୍ତ୍ରୀକୁ ପିଟି ପିଟି ସ୍ୱାମୀ ରକ୍ତାକ୍ତ କରିଛି । ଜୀବନ ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୀତା ସେଠୀ ଏକ ଦୋକାନରେ ପଶି ଯାଇଥିଲେ । ଦୋକାନୀମାନେ ଏକାଠୀ ହୋଇ ସ୍ୱାମୀ ବ୍ରଜ ସେଠୀକୁ କାବୁ କରି ନେଇଥିଲେ । ଗୀତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ ବ୍ରଜକୁ ଥାନାରେ ଅଟକ ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.