Below header

କରୋନା ଯୋଗୁଁ ଭାରତରେ ପଲ୍ୟୁଟ୍ରି ଶିଳ୍ପରେ ନାହିଁ ନଥିବା କ୍ଷତି, ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): କରୋନା ଯୋଗୁଁ ଅର୍ଥନୀତି ଉପରେ ବିଶ୍ୱବ୍ୟାପୀ ପ୍ରଭାବ ପଡ଼ିଥିବା ବେଳେ ଭାରତରେ ପଲ୍ୟୁଟ୍ରି ଶିଳ୍ପରେ ନାହିଁ ନଥିବା କ୍ଷତି ଘଟିଛି । ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ କୁକୁଡ଼ା ମାଂସ ଗ୍ରାହକଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ଫଳରେ କୁକୁଡ଼ା ମାଂସ ବିକ୍ରି ବନ୍ଦ ସାଙ୍ଗକୁ କୁକୁଡ଼ା ଖାଦ୍ୟ ମଧ୍ୟ ସମାନ ଭାବରେ ବିକ୍ରି ସମ୍ପୂର୍ଣ୍ଣ କମି ଯାଇଛି । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ନରାସାରାଓପେଟ୍‌ ସାଂସଦ ଲାଭୁ ଶ୍ରୀକ୍ରିଷ୍ଣ ଦେବାରାୟାଲୁଙ୍କ ନେତୃତ୍ୱରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସମେତ ବହୁ ସାଂସଦ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

dr achyuta samanta1

ଏହି ସ୍ମାରକପତ୍ରରେ କୁକୁଡ଼ା ଚାଷୀ ଓ ପଲ୍ୟୁଟ୍ରି ଶିଳ୍ପ ସମ୍ମୁଖୀନ ହୋଇଥିବା ଆର୍ଥିକ କ୍ଷତିର ମୁକାବିଲା ଦିଗରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ପାଇଁ ନିବେଦନ କରାଯାଇଛି । ପଲ୍ୟୁଟ୍ରି ଶିଳ୍ପ ସହ ୫ କୋଟି ଲୋକ ଜଡ଼ିତ ରହି ରୋଜଗାର କରୁଥିବା ବେଳେ କରୋନା ସଂକ୍ରମଣ ଭୟରେ କୁକୁଡ଼ା ମାଂସ ଓ ପଲ୍ୟୁଟ୍ରି ଉତ୍ପାଦର ଦର ଅଧାରୁ କମ୍‌ ହୋଇଯାଇଛି । ଏଥି ସକାଶେ ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ୧୭ ହଜାର ୨୫୦ କୋଟି ଟଙ୍କା ହୋଇଥିବା ବେଳେ ମାସିକ କାରବାରରେ ୭ ହଜାର ୮ଶହ କୋଟି ଟଙ୍କାର କ୍ଷତି ହୋଇଛି । ସରକାର ଏହି ସମସ୍ୟାର ସମାଧାନ ଦିଗରେ ହସ୍ତକ୍ଷେପ କରି କୁକୁଡ଼ା ଚାଷୀ ଏବଂ ପଲ୍ୟୁଟ୍ରି ଫାର୍ମ କରିଥିବା ଲୋକଙ୍କ ନଗଦ ଋଣକୁ ୨ ବର୍ଷ ସ୍ଥଗିତ ରଖି ମୂଳ ଋଣକୁ ମିଆଦୀ ଋଣରେ ପରିଣତ କରାଯିବା ସହ ଋଣ ପରିଶୋଧ ସମୟ ୫ ବର୍ଷକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ସେହିପରି ୫ ପ୍ରତିଶତ ସୁଧଛାଡ଼ କରିବା ସହ ସୋୟାବିନ୍‌ ଓ କୁକୁଡ଼ା ଖାଦ୍ୟରୁ ଜିଏସ୍‌ଟି ହଟାଇବା ଏବଂ କୁକୁଡ଼ା ଖାଦ୍ୟକୁ ସବ୍‌ସିଡି ଦରରେ ଯୋଗାଇ ଦେବା ନିମନ୍ତେ ସାଂସଦମାନେ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.