କିଟ୍‌ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ୍‌ର ତୃତୀୟ ସଂସ୍କରଣ, ଉଦଘାଟନ କଲେ ରାଜ୍ୟପାଳ

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହୋଇଛି ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ୍‌ର ତୃତୀୟ ସଂସ୍କରଣ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦଘାଟନ କରିଛନ୍ତି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ପ୍ରିମିୟର୍‌ ଲିଗ୍‌ରେ ସାରା ଦେଶର ୩୨ ଟପ୍‌ ର‍୍ୟାଙ୍କିଂ ଏଆଇଟିଏ ଖେଳାଳି ଓ ୩୨ ଜଣ ଜୁନିୟର ଖେଳାଳି ଅଂଶଗ୍ରହଣ କରିଛନ୍ତି। ଖେଳାଳିମାନଙ୍କୁ ୮ଟି ଦଳରେ ବିଭକ୍ତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ କିଟ୍‌ ଓ କିସ୍‌ର ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ କ୍ରୀଡ଼ାବିତଙ୍କ ପାଇଁ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି। ଉଦଘାଟନୀ ସମାରୋହରେ ରାଜ୍ୟପାଳଙ୍କ ସମେତ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଳ ଦେବ, କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରୋ-ଭିସି ପ୍ରଫେସର ସସ୍ମିତା ସାମନ୍ତ, କିଟ୍‌ ଓ କିସ୍‌ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାସ,ଅକ୍ଷୟ ପରିଜା ପ୍ରଡ଼କ୍ସନର ମୁଖ୍ୟ ଅକ୍ଷୟ କୁମାର ପରିଜା ପ୍ରମୁଖ ଯୋଗ ଦେଇ କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିଥିଲେ ।

 

Leave A Reply

Your email address will not be published.