ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସର ମହିଳା ଉଦ୍ୟମିତା କମିଟି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସର ଏକ ମହିଳା ଉଦ୍ୟମିତା କମିଟି ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। କମିଟିରେ ୪୦ ଜଣ ମହିଳା ଉଦ୍ୟୋଗୀ ରହିଛନ୍ତି । ମହିଳା ଉଦ୍ୟୋଗୀକରଣର ବିକାଶ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର, ମହିଳା ଉଦ୍ୟୋଗୀମାନେ କିଭଳି ଜାତୀୟ ସ୍ତରରେ ଖ୍ୟାତି ଲାଭ କରିବେ, ସେ ଦିଗରେ ଏହି କମିଟି ଧ୍ୟାନ ଦେବ । ଏଥିସହ ଉଦ୍ୟୋଗୀକରଣ ମାଧ୍ୟମରେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ମଧ୍ୟ କମିଟିର ଲକ୍ଷ୍ୟ ରହିଛି। ଏହି ଅବସରରେ ବ୍ଲୋସମକୋଚର ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସୋମନାଥ କୋଚର, ମଡେଲ ତଥା ଅଭିନେତ୍ରୀ ମୁଗ୍ଧା ଗଡ଼ସେ, ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ସାଲୁ ଏଲ୍‌ ଚାନ୍ଦଲେ, ବ୍ୟୁଟି ଲଞ୍ଚପ୍ୟାଡ୍‌ ପତ୍ରିକାର ଏଡିଟୋରିଆଲ୍‌ ଚିଫ୍‌ ରିଟୋ ଝା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.