ମିଳିତ ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ, ପାକିସ୍ତାନର ବନ୍ଧୁ ଚୀନ୍‌ ଏହି ବୈଠକ ପାଇଁ ପକାଇଛି ଚାପ

କେନ୍ୟୁଜ୍(ବ୍ୟୁରୋ): ମିଳିତ ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ। ଜାତିସଂଘ ସୁରକ୍ଷା ପରିଷଦରେ ହେବ ରୁଦ୍ଧଦ୍ୱାର ବୈଠକ। କାଶ୍ମୀର ପ୍ରସଙ୍ଗରେ ଆଜି ନ୍ୟୁୟର୍କରେ ରାତିରେ ଏହି ବୈଠକ ବସିବା କାର୍ଯ୍ୟକ୍ରମ ରହିଛି। ପାକିସ୍ତାନର ବନ୍ଧୁ ଚୀନ୍‌ ଏହି ବୈଠକ ପାଇଁ ଚାପ ପକାଇଛି। ପୂର୍ବରୁ ମଧ୍ୟ ଏଭଳି ବୈଠକ ଡାକିଥିଲା ଚୀନ୍‌। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ଅଗଷ୍ଟ ମାସରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଡାକିଥିଲା ଚୀନ୍‌। ତେବେ ଚୀନ୍‌ର ଚାଲ୍‌ ବିଫଳ ହୋଇଥିଲା। ଜାତିସଂଘର ଅନ୍ୟ ସମସ୍ତ ସ୍ଥାୟୀ ସଦସ୍ୟ ନୂଆଦିଲ୍ଲୀକୁ ସମର୍ଥନ କରିଥିଲେ। ଆମେରିକା କହିଥିଲା ଜମ୍ମୁ-କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର। କାଶ୍ମୀର ବିବାଦ ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ମାମଲା ବୋଲି ଚୀନ୍‌କୁ ଛାଡି ଅନ୍ୟ ସଦସ୍ୟ ରାଷ୍ଟ୍ର କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.