Below header

ପାରାଦୀପ ବନ୍ଦରରେ ଲାଗିଲା ଯୁଦ୍ଧ ଜାହାଜ, ଦୁଇ ଦିନ ଧରି ମାଗଣାରେ ଦେଖିପାରିବେ ଦର୍ଶକ

ପାରାଦୀପ(କେନ୍ୟୁଜ୍):  ପାରାଦୀପ ବନ୍ଦରରେ ଯୁଦ୍ଧ ଜାହାଜ। ଏନ୍‌କ୍ୟୁ ବର୍ଥ ଦୁଇରେ ଲାଗିଛି ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ଘଡିଆଳ ଓ ଆଇଏନ୍‌ଏସ୍‌ ରଣା। ଜାହାଜ ଦୁଇଟିକୁ ସାଧାରଣଲୋକେ ଆଜି ଆସନ୍ତାକାଲି ଦୁଇ ଦିନ ଧରି ମାଗଣାରେ ଦେଖିପାରିବେ। ସ୍ୱତନ୍ତ୍ର ବସ୍‌ ଯୋଗେ ଜୟଦେବ ସଦନଠାରୁ ଦର୍ଶକ ମାନଙ୍କୁ ବନ୍ଦର ପର୍ଯ୍ୟନ୍ତ ଅଣାଯିବାର ବ୍ୟବସ୍ଥା କରାଯାଇଛି। ଲୋକମାନେ ଜାହାଜ ଉପରକୁ ଯାଇ ବୁଲି ଦେଖିବା ସହ ଏହାର ଶକ୍ତି ସମ୍ପର୍କରେ ପଚାରି ବୁଝିପାରିବେ। ଆସନ୍ତା ଡିସେମ୍ବର ୪ରେ ନାଭାଲ ଡେ। ନୌସେନା ସପ୍ତାହ ପାଳନ ଅବସରରେ ଏହି ଦୁଇଟି ଯୁଦ୍ଧ ଜାହାଜ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.