ଶୁଭ ବିବାହରେ ଶୁଭ କାମ, ବାହା ମଣ୍ଡପରୁ ନବ ଦମ୍ପତି ଗଲେ ରକ୍ତଦାନ ଶିବିର, ସୃଷ୍ଟି କଲେ ଉଦାହରଣ

ବାଲେଶ୍ବର(କେନ୍ୟୁଜ୍):  ନବ ଦମ୍ପତିଙ୍କ ଅଭିନବ ପ୍ରୟାସ । ବାହାବେଦୀରୁ ଗଲେ ରକ୍ତ ଦାନ ଶିବିର । ବିବାହ ଯୋଡା ପିନ୍ଧି ପହଞ୍ଚିଲେ ରକ୍ତ ଦାନ ଶିବିର । ରକ୍ତ ଦାନ କରି ସୃଷ୍ଟି କଲେ ଉଦାହରଣ । ଏହି ନବ ଦମ୍ପତ୍ତି ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସଦରା ବ୍ଲକ ନିମା ଗାଁର । ଗାଁର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ସଞ୍ଜୟ ଦାସଙ୍କ ବିବାହ ହୋଇଥିଲା । ଏହା ପରେ ସଞ୍ଜୟ ପତ୍ନୀ ରଶ୍ମିତା ଦାସଙ୍କ ସହ ରକ୍ତ ଦାନ ଶିବିରକୁ ଯାଇଥିଲେ । ଏହା ସହ ଅନ୍ୟମାନଙ୍କୁ ରକ୍ତଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଗାଁର ଯୁବକ ଯୁବତୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ନବ ଦମ୍ପତ୍ତିଙ୍କ ଏପରି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏମିତି ଏକ ଶୁଭ ଦିନରେ ପୁଅ ବୋହୁ ରକ୍ତ ଦାନ କରିଥିବାରୁ ବାପା ମାଆ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.