ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ, ୨ଟି ଟିମରେ ୭ଜଣ ଲେଖାଏଁ ସଦସ୍ୟ ସାମିଲ୍

ରାଜନଗର(କେନ୍ଯୁଜ୍): ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା । ଏହି ପକ୍ଷୀ ଗଣନା କାର୍ଯ୍ୟ ୭ ଦିନ ଧରି ଚାଲିବ । ପକ୍ଷୀ ଗଣନା ପାଇଁ ଦୁଇଟି ଟିମରେ ୭ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି ।

ବର୍ଷା ଋତୁର ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ଭିତରକନିକାକୁ ଦେଶୀୟ ପକ୍ଷୀ ମାନେ ଆସିଥାନ୍ତି । ଖୋଳା ନଦୀର ମୁହାଣର ବ୍ରାହ୍ମଣୀ ନଦୀ ପଠା ଓ ଦ୍ୱୀପରେ ଅବସ୍ଥିତ ଏକର ଏକର ବିଶିଷ୍ଟ ଏହି ଜଙ୍ଗଲ ମଧ୍ୟରେ ବନି, ଗୁଆ, କେରୁଆ, ଓରୁଅ ଗଛରେ ବସା ବାନ୍ଧି ପକ୍ଷୀ ମାନେ ବଂଶ ବିସ୍ତାର କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.