ଫିଲ୍ମ ‘ପୋନ୍ନିୟିନ ସେଲଭମ’ ସେଟ୍‌ରୁ ଭାଇରାଲ ହେଉଛି ଐଶ୍ୱର୍ଯ୍ୟାଙ୍କ ଲୁକ୍‌

ନିର୍ଦ୍ଦେଶକ ମଣିରତ୍ନଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ’ରେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଏବେ ଏହି ଫିଲ୍ମର ଶୁଟିଂ ମଧ୍ୟପ୍ରଦେଶର ଓରଛାରେ ଚାଲିଛି । କିଛି ଦିନ ପୂର୍ବରୁ ଯେଉଁଠି ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ପହଞ୍ଚିଥିଲେ । ଏଥିରେ ଐଶଙ୍କ ବ୍ୟତୀତ ପ୍ରକାଶ ରାଜ, ଅଭିନେତ୍ରୀ ତ୍ରିଶା କୃଷ୍ଣନ ବି ଓରଛାରେ ଅଛନ୍ତି । ଏବେ ଫିଲ୍ମ ସେଟରୁ ଐଶ୍ୱର୍ଯ୍ୟାଙ୍କ ଲୁକ୍ସ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଐଶ୍ୱର୍ଯ୍ୟା ଫିଲ୍ମରେ ଦୁଇଟି ଚରିତ୍ରରେ ଦେଖା ଦେବେ ନନ୍ଦିନୀ ଓ ମନ୍ଦାକିନି ଦେବୀ ।

ଏଥି ସହିତ ଲିକ୍ ହୋଇଥିବା ଫଟୋରେ ଅଭିନେତ୍ରୀ ପିଙ୍କ କଲର ଶାଢିରେ ହେଭି ଜୁଏଲାରୀ ପିନ୍ଧିଥିବା ନଜର ଆସିଛନ୍ତି । କିଛିଦିନ ତଳେ ଏହି ଫିଲ୍ମର ଶୁଟିଂ ପୁଡୁଚେରୀରେ ହେଉଥିବା ବେଳେ ସେଠାରେ ସେ ସରଥକୁମାରଙ୍କ ସହ ଦେଖା ହୋଇଥିଲେ । ଯେଉଁଠାରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସିନ୍ ଶୁଟିଂ କରାଯାଇଥିଲା । ଫିଲ୍ମଟି କଳକି କ୍ରିଷ୍ଣମୁର୍ତ୍ତିଙ୍କ ନଭେଲ ଉପରେ ଆଧାରିତ । ଫିଲ୍ମର କାହାଣୀ ନନ୍ଦିନୀର ଜୀବନି ଉପରେ ଫୋକସ କରୁଛି କହିଲେ ଚଳେ । ଏହା ଏକ ଐତିହାସିକ ଆକ୍ସନ ଡ୍ରାମା ଫିଲ୍ମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.