Below header

ଆବାସ ଯୋଜନାରେ ଘର କରାଇଦେବା ନାଁରେ ଠକେଇ, ସରପଞ୍ଚଙ୍କ ସ୍ୱାମୀ ନାଁରେ ଅଭିଯୋଗ

ତିର୍ତ୍ତୋଲ (କେନ୍ୟୁଜ୍) : ଆବାସ ଯୋଜନାରେ ଘର କରାଇଦେବା ନାଁରେ ଠକେଇ । ତିର୍ତ୍ତୋଲ ଥାନା ବିରିତୋଳ ପଞ୍ଚାୟତ ସରପଞ୍ଚ ରୁକ୍‌ସାନା ବେଗମଙ୍କ ସ୍ୱାମୀଙ୍କ ନାଁରେ ଆସିଛି ଠକେଇ ଅଭିଯୋଗ। ରୁକସାନାଙ୍କ ସ୍ୱାମୀ ଶେଖ ଲତିଫ ତାଙ୍କ ପଡ଼ୋଶୀ ସେକ ବକାଙ୍କର ଆବାସ ଯୋଜନାରେ ଘର କରାଇଦେବାକୁ ୪୦ହଜାର ଟଙ୍କା ମାଗିଥିଲେ। ପ୍ରଥମେ ୧୦ହଜାର ଅଗ୍ରୀମ ଓ ୱାର୍କ ଅର୍ଡର ମିଳିବା ପରେ ଅବଶିଷ୍ଟ ଟଙ୍କା ଦେବାକୁ କିଛି କାଗଜରେ ଦସ୍ତଖତ କରାଇଥିଲେ। ପରେ ସେକ ବକା ତାଙ୍କ ଠାରୁ ୧୦ଲକ୍ଷ ଟଙ୍କା ଧାର ନେଇଥିବା ଅଭିଯୋଗ କରିଥିଲେ ଲତିଫ। ଠକେଇ ନେଇ ସେକ ବକା ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୋଲିସ ତାଙ୍କୁ ନ୍ୟାୟ ନଦେଇ ସରପଞ୍ଚଙ୍କ ସ୍ୱାମୀଙ୍କୁ ସମର୍ଥନ କରୁଥିବା ନେଇ ସେକ ବକା ଆଡିସନାଲ ଏସପିଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ମାମଲାର ତଦନ୍ତ ପାଇଁ ତିର୍ତ୍ତୋଲ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଡିସନାଲ ଏସପି। ନ୍ୟାୟ ନମିଳିଲେ ଏସପି ଅଫିସ ଆଗରେ ଧାରଣାରେ ବସିବେ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.