Below header

GoAirର ଦୀପାବଳି ଅଫର, ମାତ୍ର ୧୨୯୨ ଟଙ୍କାରେ ଆଜି ହିଁ ବୁକ୍‌ କରନ୍ତୁ ଫ୍ଲାଇଟ୍‌ ଟିକେଟ୍‌

କମ୍‌ ଦାମ୍‌ରେ ଗ୍ରାହକଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଉଥିବା ଏୟାରଲାଇନ୍‌ ମଧ୍ୟରେ ଗୋ ଏୟାର(GoAir) ଅନ୍ୟତମ। ଅନ୍ୟ ପର୍ବପର୍ବାଣୀ ଭଳି ଦୀପାବଳି ଅବସରରେ ମଧ୍ୟ ଗୋ ଏୟାର ଗ୍ରାହକଙ୍କୁ ବଡ଼ ଉପହାର ଦେଇଛି। ଦେଶର ସବୁଠାରୁ ଭରସାଯୋଗ୍ୟ ଏୟାରଲାଇନ୍‌ ଗୋଏୟାର ଦୀପାବଳି ଡେ ଫ୍ଲାସ୍‌ ସେଲ୍‌ ଆରମ୍ଭ କରିଛି। ଏହି ଅଫର କେବଳ ଦୀପାବଳିରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ।ଏ ଅଫରରେ ଗ୍ରାହକମାନେ ମାତ୍ର ୧୨୯୨ ଟଙ୍କାରେ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରିପାରିବେ।

GoAirର ଏହି ସେଲ୍‌ ଅକ୍ଟୋବର ୨୭ ଅର୍ଥାତ୍‌ ଆଜି ପର୍ଯ୍ୟନ୍ତ ରହିଛି। ଅଫର ଅନୁସାରେ ଘରୋଇ ଉଡ଼ାଣ ପାଇଁ ଟିକେଟ୍‌ର ମୂଲ୍ୟ ୧୨୯୨ ଟଙ୍କା ଠାରୁ ଆରମ୍ଭ ହୋଇଥିବା ବେଳେ ଆନ୍ତର୍ଜାତିକ ଉଡାଣ ପାଇଁ ୪୪୯୯ ଟଙ୍କା ରହିଛି।

ଗୋ ଏୟାରର ଦୀପାବଳି ଡେ ଫ୍ଲାସ୍‌ ସେଲ୍‌ରେ ପାଟଣା-କଲିକତା, ଦିଲ୍ଲୀ-ନାଗପୁର, ହାଇଦ୍ରାବାଦ-ଚେନ୍ନାଇ, କନ୍ନୁର-ମୁମ୍ବାଇ, ଦିଲ୍ଲୀ-ମୁମ୍ବାଇ, ଗୋଆ-ମୁମ୍ବାଇ, ଲକ୍ଷ୍ମୌ-ଦିଲ୍ଲୀ, କଲିକଲା-ଆଇଜଲ୍‌, କନ୍ନୁର-ହାଇଦ୍ରାବାଦ, ହାଇଦ୍ରାବାଦ-ଅହମ୍ମଦାବାଦ, ଦିଲ୍ଲୀ- ଜମ୍ମୁ, ଜୟପୁର-ହାଇଦ୍ରାବାଦ, ନାଗପୁର-ପୁନେ, ବାଙ୍ଗଲୋର-ପାଟଣା ସମେତ ଅନ୍ୟ କେତେକ ସ୍ଥାନର ଟିକଟ ଉପରେ ମଧ୍ୟ ରିହାତି ଦିଆଯାଇଛି।

ଏହାସହ ପଢ଼ନ୍ତୁ: ସମ୍ପତ୍ତି କିଣାବିକାରେ ଠକେଇ ରୋକିବାକୁ ଆସୁଛି ନୂଆ ଆଇନ୍‌, ଜାଣନ୍ତୁ କ’ଣ ତାହା

ସେହିପରି ଆନ୍ତର୍ଜାତିକ ଉଡ଼ାଣ ମଧ୍ୟରେ ଆବୁଧାବି-ମୁମ୍ବାଇ, ଆବୁଧାବି-କନ୍ନୁର, ବ୍ୟାଙ୍କକକ୍‌-ଦିଲ୍ଲୀ, ବ୍ୟାଙ୍କକକ୍‌-ମୁମ୍ବାଇ, କନ୍ନୁର-ଦୁବାଇ, କୁବେତ-କନ୍ନୁର, ବାଙ୍ଗାଲୋର-ସିଙ୍ଗାପୁର, ସିଙ୍ଗାପୁର-କଲିକତା ସମେତ ଅନ୍ୟ କେତେକ ସ୍ଥାନକୁ ରିହାତି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.