ମକର ସଂକ୍ରାନ୍ତିରେ ପଶ୍ଚିମ ଓଡ଼ିଶାକୁ ବଡ଼ ଭେଟି ଦେବେ ରାଜ୍ୟ ସରକାର, ଉଦ୍‌ଘାଟିତ ହେବ ବୃହତ୍‌ ଜଳସେଚନ ପ୍ରକଳ୍ପ

ଭବାନୀପାଟଣା (କେ ନ୍ୟୁଜ୍‌) : ବଦଳିବ କଳାହାଣ୍ଡିର ଭାଗ୍ୟ । ମକରସଂକ୍ରାନ୍ତି ରେ କଳାହାଣ୍ଡିବାସୀଙ୍କୁ ବଡ଼ ଭେଟି ଦେବେ ରାଜ୍ୟ ସରକାର । ଇନ୍ଦ୍ରାବତୀ ମେଗା ଉଠାଜଳେସଚନ ପ୍ରକଳ୍ପକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୯ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ । ଏହା କାର୍ଯ୍ୟକ୍ଷମ ହେଲେ ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକର ୯୧ଟି ଗାଁର ୩୮ଟି ପଞ୍ଚାୟତର ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ୨୫ ହଜାର ୨ ଶହ ୭୫ ହେକ୍ଟର ଚାଷ ଜମି ଜଳ ସେଚିତ ହୋଇ ପାରିବ ।

kalahandi

ଏହା ସହ ୧୩ ଶହ କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ କାମର ମଧ୍ୟ ମୁଖ୍ୟ ମନ୍ତ୍ରୀ ଶୁଭାରମ୍ଭ କରିବେ । ଥୁଆମୁଳ ରାମପୁର ଠାରେ ଦୁଇଟି ଉଠାଜଳ ସେଚନ ସହ ପ୍ରକଳ୍ପ ସହ କାଶୀପୁର ଠାରୁ ଥୁଆମୁଳ ରାମପୁରକୁ ୩୩ କେଭି ବିଦ୍ୟୁତ୍‌ ସଂଯୋଗୀକରଣ, ବହୁ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତ ପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

kalahandi

କଳାହାଣ୍ଡି ଗସ୍ତ ନେଇ ମୁଖ୍ୟମନ୍ତ୍ରୀ ନିଜେ ଭିଡିଓ ବାର୍ତାରେ କହିଛନ୍ତି । ସେହିପରି ବିଜେଡି ତରଫରୁ ଭବାନୀପାଟଣା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସୂଚନା ଦେଇଛନ୍ତି ଦଳୀୟ ନେତା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ବିଜେଡି ଶିବିର ସରଗରମ ରହିଥିବା ବେଳେ କୋଭିଡ ପରେ ନବୀନଙ୍କର ଏହା ପ୍ରଥମ ସାଧାରଣ ସଭା ହେବ । କରୋନା ପରିସ୍ଥିତିକୁ ଆଖିରେ ରଖି ସଭାରେ ପ୍ରାୟ ଦୁଇ ହଜାର ଲୋକଙ୍କ ସମାଗମ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.