Below header

୩୩କେଭି ବିଦ୍ୟୁତ୍‌ ତାର ସଂଶ୍ପର୍ଶରେ ଆସି ଜଳିଗଲା ହାଇୱା, ଜୀବନ ବିକଳେ ଚଳନ୍ତା ଗାଡିରୁ ଡେଇଁ ପଡିଲେ ଡ୍ରାଇଭର

ସୁନ୍ଦରଗଡ଼: ଜଳିଗଲା ଚଳନ୍ତା ହାଇୱା। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ସୁନ୍ଦରଗଡ଼ କୁତ୍ରା ଥାନା ଅନ୍ତର୍ଗତ ସିମେଣ୍ଟ କାରଖାନା ପରିସରରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳ ପ୍ରାୟ ୯ଟା ୩୦ରେ ଏକ ହାଇୱା ଯାଉଥିବାେଳେ ୩୩କେଭି ବିଦ୍ୟୁତ୍‌ ତାର ସଂଶ୍ପର୍ଶରେ ଆସି ନିଆଁ ଲାଗିଯାଇଥିଲା।

ଗାଡିରେ ନିଆଁ ଲାଗିବା ଦେଖି ଡ୍ରାଇଭର ଚଳନ୍ତା ଗାଡିରୁ ଡେଇଁ ପଡିଥିଲେ। ମାତ୍ର ଗାଡିଟି ସଂପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ୩୩କେଭି ବିଦ୍ୟୁତ୍‌ ତାର ବହୁତ ତଳେ ଯାଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.